ETV Bharat / state

୧୦୦ ବର୍ଷ ପରେ ଗାଁର ପ୍ରଥମ ମାଟ୍ରିକ୍‌ ପାସ୍‌ ଛାତ୍ର, କଲେଜ ଯିବେ ସନ୍ଦୀପ - କଳାହାଣ୍ଡି ଜାରେଙ୍ଗପଟା ଗାଁର ଶିକ୍ଷାର ଅବସ୍ଥା

ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଜାରେଙ୍ଗପଟା ଗାଁ । ଆଜି ପର୍ଯ୍ୟନ୍ତ କୌଣସି ଛାତ୍ର ମ୍ୟାଟ୍ରିକ ପାସ କରିନଥିଲେ କି କଲେଜ ଯାଇନଥିଲେ । ପ୍ରଥମ ଥର ପାଇଁ ସେଇ ଗାଁର ଜଣେ ଛାତ୍ର ମ୍ୟାଟ୍ରିକ ପାସ୍‌ କରିଛନ୍ତି । ଅଧିକ ପଢନ୍ତୁ

ଶିକ୍ଷାର ଅବହେଳା : ଗାଁ ରେ ପ୍ରଥମ କଲେଜ ଯିବେ ସନ୍ଦୀପ

author img

By

Published : Jul 17, 2022, 7:33 PM IST

କଳାହାଣ୍ଡି: ସରକାର ଶିକ୍ଷାକୁ ନେଇ ଅନେକ ବ୍ୟବସ୍ଥା କରିଥିବାବେଳେ ଏବେ ବି ଶିକ୍ଷାରେ ପଛରେ ରହିଯାଇଛି କଳାହାଣ୍ଡିର ଜାରେଙ୍ଗପଟା ଗାଁ । ଗାଁରେ ଆଜି ପର୍ଯ୍ୟନ୍ତ କୌଣସି ଛାତ୍ର କଲେଜ ଯାଇନାହାନ୍ତି । ସବୁଠାରୁ ବଡ କଥା ହେଲା ଏହି ଗାଁରୁ ଆଜି ପର୍ଯ୍ୟନ୍ତ କେହି ଛାତ୍ର ମ୍ୟାଟ୍ରିକ ପାସ କରିବାରେ ସଫଳ ହୋଇନାହାନ୍ତି । ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଜାରେଙ୍ଗପଟା ଗାଁ । ଆଜି ପର୍ଯ୍ୟନ୍ତ କୌଣସି ଛାତ୍ର ମ୍ୟାଟ୍ରିକ ପାସ କରିନଥିଲେ କି କଲେଜ ଯାଇନଥିଲେ । ପ୍ରଥମ ଥର ପାଇଁ ସେଇ ଗାଁର ଜଣେ ଛାତ୍ର ମ୍ୟାଟ୍ରିକ ପାସ୍‌ କରିଛନ୍ତି ।

ଛାତ୍ର ଜଣକ ହେଉଛନ୍ତି ଜାରେଙ୍ଗପଟା ଗାଁ ରାଜୁ ମାଝୀଙ୍କ ପୁତ୍ର ସନ୍ଦୀପ ମାଝୀ । ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ସନ୍ଦୀପ ୩୩୦ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପରେ ଗାଁରେ ଖୁସିର ଲହରୀ ଖେଳି ଯାଇଛି । ଜାରେଙ୍ଗପଟା ଯେଉଁ ଗାଁର ଜଣେ ମଧ୍ୟ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ କଲେଜ ମାଟି ମାଡ଼ିନାହାନ୍ତି । ଏବେ ମ୍ୟାଟ୍ରିକ ପାସ୍‌ କଲେଜ ମାଟି ମାଡିବାର ପ୍ରଥମ ଛାତ୍ର ହେବେ ସନ୍ଦୀପ ମାଝୀ । ଗାଁର ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କଲେଜ ଯାଇ ନାହାଁନ୍ତି । ତେବେ ସନ୍ଦୀପ ମାଝୀଙ୍କ ପରେ ପରେ ଗାଁରେ କଲେଜ ପଢ଼ୁଆ ପିଲାଙ୍କ ସଂଖ୍ୟା ବଢ଼ିବ ବୋଲି ଗ୍ରାମବାସୀ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.