ETV Bharat / state

ପୋଲିସ ହାତରେ 4 ଗଞ୍ଜେଇ ମାଫିଆ, ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଳାହାଣ୍ଡି ଦେଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଛନ୍ତି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । କୋକସରା ପୋଲିସ ଚୋରାଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

ପୋଲିସ ହାତରେ ଗଞ୍ଜେଇ ମାଫିଆ, ୧୦ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

author img

By

Published : Aug 9, 2021, 10:34 PM IST

ଭବାନୀପାଟଣା: କଳାହାଣ୍ଡି ଦେଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଛନ୍ତି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। କୋକସରା ପୋଲିସ ଚୋରାଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି।

ପୋଲିସ ହାତରେ 4 ଗଞ୍ଜେଇ ମାଫିଆ, ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ଅନୁମାନ କରୁଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨୬ ନମ୍ବର ଜାତୀୟ ରାଜପଥ ଆମପାଣିରୁ ମୋଟର ମଧ୍ୟରେ ଛକି ରହିଥିଲା ପୋଲିସ। ଆଉ ସେଇ ବାଟ ଦେଇ ଗଞ୍ଜେଇ ଭର୍ତ୍ତି କରି ଆସୁଥିବା ଦୁଇଟି କାର ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲା। ଏହାପରେ କାରକୁ ଛାଡି ଗଞ୍ଜେଇ ଚୋରାଚାଲଣକାରୀ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଗଞ୍ଜେଇ ମାଫିଆ ମାନେ ହେଲେ ଉତ୍ତର ପ୍ରଦେଶ ଆହ୍ଲାବାଦ ଅଞ୍ଚଳର କୂଳଦୀପ ଗୁପ୍ତା, ସରୋଜ ସିଂ, ରବିଶଙ୍କର ଚୌହାନ ଓ ଅନୀଲ କୁମାର ବିନ୍ଦ ବୋଲି ଜଣାପଡ଼ିଥିବା ବେଳେ ମାଷ୍ଟର ମାଇଣ୍ଡ ନଦୀମ ଖାଁ ଖସିଯାଇଥିବା ସୂଚନା ମିଳିଛି। ଏମାନେ କାରର ସିକ୍ରେଟ ଚେମ୍ବରରେ ଗଞ୍ଜେଇ ଭର୍ତ୍ତି କରି କୋରାପୁଟ ଜିଲ୍ଲାରୁ କଳାହାଣ୍ଡି ଦେଇ ଉତ୍ତର ପ୍ରଦେଶକୁ ଚୋରାଚାଲାଣ କରୁଥିଲେ ବୋଲି କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.