ETV Bharat / state

ଗୋ ହତ୍ୟା ଅଭିଯୋଗରେ କଙ୍ଗାରୁ କୋର୍ଟ, ବେକରେ ପଘା ପକାଇ ଗାଁ ସାରା ବୁଲାଇଲେ

ପୁଣି ବସିଲା କଙ୍ଗାରୁ କୋର୍ଟ । ଗୋ ହତ୍ୟାକରି ମାଂସ ଚାଲାଣ କରୁଥିବା ସନ୍ଦେହରେ 4 ଜଣ ଯୁବକଙ୍କ ବେକରେ ପଘା ପକାଇ ଗାଁ ସାରା ବୁଲାଇଲେ । ଅଧିକ ପଢନ୍ତୁ...

ଗୋ ହତ୍ୟା ଅଭିଯୋଗରେ କଙ୍ଗାରୁ କୋର୍ଟ, ବେକରେ ପଘା ପକାଇ ଗାଁ ସାରା ବୁଲାଇଲେ
ଗୋ ହତ୍ୟା ଅଭିଯୋଗରେ କଙ୍ଗାରୁ କୋର୍ଟ, ବେକରେ ପଘା ପକାଇ ଗାଁ ସାରା ବୁଲାଇଲେ
author img

By

Published : Jun 16, 2021, 6:45 PM IST

ଝାରସୁଗୁଡା: ଗୋହତ୍ୟାକୁ ନେଇ ଝାରସୁଗୁଡ଼ା ଜିଲ୍ଲାରେ ବସିଛି କଙ୍ଗାରୁକୋର୍ଟ । ୪ ଅଭିଯୁକ୍ତଙ୍କ ବେକରେ ପଘା ଲଗାଇ ଗାଁରେ ବୁଲାଇବା ସହିତ ଗୋରୁ ପରି ହମ୍ମା... ହମ୍ମା... ଡାକ ଦେବାକୁ ଗ୍ରାମବାସୀ ସେମାନଙ୍କୁ ବାଧ୍ୟ କରିଥିବା ଜଣାପଡିଛି । ଘଟଣାର ଭିଡିଓ ଭାଇରାଲ ହେବାପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଗୋ ହତ୍ୟା ଅଭିଯୋଗରେ କଙ୍ଗାରୁ କୋର୍ଟ, ବେକରେ ପଘା ପକାଇ ଗାଁ ସାରା ବୁଲାଇଲେ

ସୂଚନା ଅନୁସାରେ, ଗତ ୭ ତାରିଖ ରାତିରେ ଲଇକେରା ଥାନା ଅନ୍ତର୍ଗତ ସହାସପୁର ଅଞ୍ଚଳର ୪ ଜଣ ଯୁବକ ଏକ ବଳଦକୁ ହତ୍ୟା କରିଥିଲେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ଗାଁରେ ଭଦ୍ରବ୍ୟକ୍ତିଙ୍କ ଏକ ବୈଠକ ବସିଥିଲା । ଏ ସଂକ୍ରାନ୍ତରେ ପୋଲିସକୁ କୌଣସି ଖବର ଦିଆଯାଇ ନଥିଲା । ବୈଠକରେ ପୁରୁଣାକାଳିଆ ରୀତିରେ ଗୋ-ହନ୍ତାଙ୍କୁ ଦଣ୍ଡିତ କରିବାକୁ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ଗାଁର ଅନେକ ଗାଈଗୋରୁ ନିରୁଦ୍ଦିଷ୍ଟ ହୋଇଥିବାରୁ ଏହି ଯୁବକମାନେ ଗୋହତ୍ୟା କରି ମାଂସଚାଲାଣ କରୁଥିବା ଗ୍ରାମବାସୀ ସନ୍ଦେହ କରିଥିଲେ ତେଣୁ ୪ ଅଭିଯୁକ୍ତଙ୍କ ବେକରେ ରଶି ଲଗାଇ ଗାଁ ସାରା ବୁଲାଇ ସେମାନଙ୍କୁ ହମ୍ମା ହମ୍ମା ଡାକ ଦେବାକୁ ବାଧ୍ୟ କରିଥିଲେ ।

ତେବେ ଗ୍ରାମବାସୀ ଆଇନର ଆଶ୍ରୟ ନ ନେଇ ନିଜେ ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ଘଟଣାକୁ ମାନବାଧିକାର ଓ ସାମାଜିକ କର୍ମୀମାନେ ବିରୋଧ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.