ETV Bharat / state

ବିଜେଡିର ନେତାଙ୍କ ଗୁଣ୍ଡାଗର୍ଦ୍ଦି: ଭିଡିଓ ଭାଇରାଲ ପରେ ଗିରଫ

author img

By

Published : Oct 2, 2019, 9:25 AM IST

Updated : Oct 2, 2019, 10:45 AM IST

ମହଙ୍ଗା ପଡିଲା ଦାଦାଗିରି । ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରି ଗିରଫ ହେଲେ ବିଜେଡି ନେତା ଶମ୍ଭୁ ମହାନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ନୂଆ ଟ୍ରାଫିକ ନିୟମକୁ ମାନିବାକୁ ତୟାର ନାହାଁନ୍ତି ବଡବଡିଆ । ପୋଲିସକୁ ନାଲି ଆଖି ଦେଖାଇ ଖସିବାକୁ ଉଦ୍ୟମ କରୁଛନ୍ତି ନେତାମନ୍ତ୍ରୀ । ଏଭଳି ଏକ ଘଟଣା ଝାରସୁଗୁଡାରେ ଦେଖିବାକୁ ମିଳିଛି । ଜିଲ୍ଲା ବିଜେଡି ଉପ-ସଭାପତି ଶମ୍ଭୁ ମହାନ୍ତି ବେଲପାଲପାହାଡ ଥାନାର କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ଯାହାର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି ।

ଭାଇରାଲ ଭିଡିଓ

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର 30ରେ ଏକ କାର୍ଯ୍ୟକ୍ରମ ସାରି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଝାରସୁଗୁଡା ଫେରୁଥିଲେ । ଏହି ସମୟରେ ବେଲପାହାଡ ଫାଟକ ସମସ୍ତ ଗାଡି ଯାଞ୍ଚ କରୁଥିଲା ପୋଲିସ । ଯେଉଁଥିରେ ବିଧାୟକଙ୍କ ଡ୍ରାଇଭର ସିଟ୍‌ ବେଲ୍ଟ ପିନ୍ଧିନଥିବାରୁ ପୋଲିସ ତାଙ୍କୁ ସଚେତନ କରାଯାଇଥିଲେ । ହେଲେ ନିଜ ସ୍ଥାନୀୟ ବିଧାୟକଙ୍କୁ ଜାଣିନପାରିବାରୁ ବିଧାୟକ ଓ ପୋଲିସଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଏହାର କିଛି ସମୟରେ ପରେ ବିଧାୟକ ଗାଡିକୁ ପୋଲିସ ଛାଡିଦେଇଥିଲା ।

ତେବେ ସେହି ସମୟରେ ଉପସ୍ଥିତ ଥିବା ଜିଲ୍ଲା ବିଜେଡି ଉପ-ସଭାପତି ଶମ୍ଭୁ ମହାନ୍ତି ଏହାକୁ ବିରୋଧ କରିଥିଲେ । ବେଲପାଲପାହାଡ ଥାନାର କାର୍ଯ୍ୟରତ ସବ-ଇନ୍ସପେକ୍ଟର ଅର୍ଜୁନ ଓରାମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ, ଧମକ କରିବା ନାଲି ଆଖି କରି ପାଟିତୁଣ୍ଡ କରିଥିଲେ। ଏପରିକି ଜେଲ ଯିବାକୁ ମଧ୍ୟ ଧମକ ଦେଇଥିଲେ । ଯାହାର ଭିଡିଓ ଗତକାଲି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ଗିରଫ କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK  FOR LINK

Conclusion:
Last Updated : Oct 2, 2019, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.