ଝାରସୁଗୁଡା: ଜିଲ୍ଲା ସ୍ଥିତ ଭୀମଜୋର ଗ୍ରାମରେ ମହିଳାଙ୍କ ମୃତଦେହ ଉଦ୍ଧାର । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟାକରିଥିବା ମହିଳାଙ୍କ ବାପା ସନ୍ଦେହ କରୁଛନ୍ତି । ଏନେଇ ମୃତ ମହିଳାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଝାରସୁଗୁଡା ସ୍ଥିତ କୋଲାବିରା ଥାନା ଅନ୍ତର୍ଗତ ଭୀମଜୋର ଗ୍ରାମରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ବୟସ 30 ହେବେ । ତେବେ ମହିଳାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ତାଙ୍କ ବାପା । ଏନେଇ ମୃତ ମହିଳାଙ୍କ ବାପା କୋଲାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ