ETV Bharat / state

ଘର ଅଗଣାରୁ ୧୫ ଫୁଟର ଅହିରାଜ ସାପ ଉଦ୍ଧାର, ଲୋକେ ଭୟଭୀତ - ଯାଜପୁର ଭଗାମୁଣ୍ଡାର ଅଞ୍ଚଳରୁ ଅହିରାଜ ସାପ ଉଦ୍ଧାର

ଘର ଅଗଣାରୁ ଏକ ୧୫ ଫୁଟର ବିଷଧର ଅହିରାଜ ସାପ ଉଦ୍ଧାର । ଜନୈକ ବ୍ୟକ୍ତିଙ୍କ ପରିବାର ଲୋକେ ଭୟଭୀତ ହୋଇ ତୁରନ୍ତ ସ୍ଥାନୀୟ ବନ ବିଭାଗର କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । ଅଧିକ ପଢନ୍ତୁ

ଘର ଅଗଣାରୁ ୧୫ ଫୁଟର ବିଷଧର ଅହିରାଜ ସାପ ଉଦ୍ଧାର

author img

By

Published : Mar 14, 2022, 8:09 PM IST

ଯାଜପୁର: ଏକ ବିରାଟକାୟ ବିଷଧର ଅହିରାଜ ସାପ ଉଦ୍ଧାର । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟଅମକା ସୀମାନ୍ତ ଭଗାମୁଣ୍ଡା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଘର ଅଗଣାରୁ ୧୫ ଫୁଟର ବିଷଧର ଅହିରାଜ ସାପ ଉଦ୍ଧାର । ଭଗାମୁଣ୍ଡାର ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଘର ଅଗଣାରୁ ସୋମବାର ସକାଳ ସମୟରେ ୧୫ ଫୁଟର ବିଷଧର ଅହିରାଜ ସାପ ବାହାରିବା ପରେ ଜନୈକ ବ୍ୟକ୍ତିଙ୍କ ପରିବାର ଲୋକେ ଭୟଭୀତ ହୋଇଥିଲେ । ତେବେ ଅହିରାଜ ସାପ ଉପରେ ମଶୁରୀ ଜାଲ ପକାଇ ଆୟତ କରି ତୁରନ୍ତ ସ୍ଥାନୀୟ ବନ ବିଭାଗର କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ।

ଘର ଅଗଣାରୁ ୧୫ ଫୁଟର ବିଷଧର ଅହିରାଜ ସାପ ଉଦ୍ଧାର

ତେବେ ସ୍ଥାନୀୟ ବନବିଭାଗର କର୍ମଚାରୀମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନକାରୀ ବିଷଧର ଅହିରାଜ ସାପଟି ଉପରେ ନଜର ରଖି ସୁକିନ୍ଦା ଅଞ୍ଚଳର ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ବେହୁରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ୧୫ ଫୁଟର ଅହିରାଜ ସାପଟିକୁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ଉପାୟରେ ଉଦ୍ଧାର କରି ସ୍ଥାନୀୟ ବନବିଭାଗ କର୍ମଚାରୀମାନଙ୍କ ଉପସ୍ଥିତିରେ ଅହିରାଜ ସାପଟିକୁ ସୁରକ୍ଷିତ ଉପାୟରେ ପାଖ ଜଙ୍ଗଲରେ ଛାଡି ଦେଇଥିବା ସୌମ୍ୟଜିତଙ୍କ ପକ୍ଷରୁ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

Jajpur News
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.