ETV Bharat / state

ବରୀରେ ରାଜନାଥ, ସରକାର ଗଢିବାକୁ ମାଗିଲେ ସୁଯୋଗ

ମୋଦି, ନୀତିନଙ୍କ ପରେ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଲେ ଗୃହମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟରେ ବିଜେପିକୁ ମାତ୍ର 5 ବର୍ଷ ପାଇଁ ସୁଯୋଗ ଦେବାକୁ କଲେ ଅପିଲ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଯାଜପୁର
author img

By

Published : Apr 25, 2019, 4:43 PM IST

ଯାଜପୁର: ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପରେ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଲେ ଗୃହମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟରେ ବିଜେପିକୁ ମାତ୍ର 5 ବର୍ଷ ପାଇଁ ସୁଯୋଗ ଦେବାକୁ କଲେ ଅପିଲ । ଧୁଆଁଧାର ପ୍ରଚାର ସହ ଭୋଟ ଭିକ୍ଷା କରିଛନ୍ତି ରାଜନାଥ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ବରୀ ସଂଖାରିଗଡା ରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଯାଜପୁରରେ 4ର୍ଥ ତଥା ଶେଷ ପର୍ଯ୍ୟୟ ନିର୍ବାଚନ ପାଇଁ ବରୀ ନିର୍ବାଚନ ମଣ୍ଡଳୀରେ ବିଜେପିର ମଙ୍ଗ ଧରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ସେ ଯାଜପୁର ସାଂସଦ ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକ, ବରୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କ ପାଇଁ ଭୋଟ ମାଗିଛନ୍ତି ।

ବିଜେପିର ଏହି ହାଇଭୋଲଟେଜ ନେତା ନିଜ ଭାଷଣରେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । 19ବର୍ଷ ବିଜେଡି ସରକାରଙ୍କୁ କାହିଁକି ? ଆମକୁ ମାତ୍ର 5ବର୍ଷ ସୁଯୋଗ ଦିଅନ୍ତୁ, ଦେଖିବେ କିଭଳି ବିକାଶ ହେଉଛି ବୋଲି ସୁଯୋଗ ମାଗିଛନ୍ତି ରାଜନାଥ ।

ବିଜେଡିକୁ ତୀବ୍ର ନିନ୍ଦା କରି ରାଜନାଥ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆୟୁଷ ଯୋଜନାର ଫାଇଦା ଦେଶର ଅନ୍ୟ ରାଜ୍ୟ ସବୁ ନେଉଥିବା ବେଳେ ବିଜେଡି ସରକାର ଏହି ଯୋଜନାକୁ ବିରୋଧ କରୁଥିବାରୁ ଆପଣ ମାନେ ଫାଇଦା ନେଇ ପାରୁ ନାହାଁନ୍ତି । ଓଡ଼ିଶାରେ ତିନୋଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବ । ଆଉ ରାଜ୍ୟରେ ନିଶ୍ଚିତ ସରକାର ଗଢିବ ବୋଲି ସେ ଦୃଢତାର ସହ ଆହ୍ବାନ ଦେଇଛନ୍ତି ।

ବିଜେପିର ଏହି ସକଳ୍ପ ସମାବେଶରେ ଯାଜପୁର ଜିଲ୍ଲା ପ୍ରଭାରୀ ପୂର୍ବତନ ମନ୍ତ୍ରୀ ସମୀର ଦେଓ, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ସମେତ ଅନେକ ବଶିଷ୍ଠ ବିଜେପି ନେତା ଓ ନେତ୍ରୀ ଯୋଗ ଦେଇଥିଲେ । ଏହି ସମାବେଶରେ 15ହଜାର ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଓ ଜନସାଧରଣ ଯୋଗ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ମଡେଲ ବୁଥ ରେ  ପ୍ରଥମ ଥର କରି ଭେଟ ଦେଇ କିନ୍ନର ଠାରୁ ବୟସ୍କ ଭେଟର ସଭିଏଁ ହେଲେ ଖୁସି।

ଏପ୍ରିଲ 23 ତାରିଖ ମଙ୍ଗଳବାର, ରାଜ୍ୟର 6ଟି ଲୋକସଭା ଏବଂ ଏହା ଅଧିନସ୍ଥ 42 ବିଧାନସଭା ପାଇଁ ହେଉଛି ଭୋଟଗ୍ରହଣ। ଯାହା ମଧ୍ୟରେ ରହିଛି ଭୁବନେଶ୍ବର। ମତଦାନ କରିବାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଲେକେ ଲମ୍ବା ଲାଇନ ରେ ଛିଡା ହୋଇ ନିଜର ମୂଲ୍ୟବାନ ଭୋଟ ଦେଉଥିବା ର ଦେଖା ଜାଇଛି।  ଅନ୍ୟ ପଟେ ସ୍ମାର୍ଟ ସିଟି ର ଏକ ମାତ୍ର ବୁଥ ଯେଉଁଠି କେଵଳ ମହିଳା ମାନେ ପୁଲିଙ୍ଗ ବୁଥ କୁ ହେଣ୍ଡଲ କରୁଥିବା ବେଳେ ସାଧାରଣ ଲୋକେ ବି ଏହି ବୁଥ ରେ ଭେଟ ବେଶ ଖୁସି ପ୍ରକାଶ କରୁଛନ୍ତି। ଅନ୍ୟ ପଟେ ବୟସ୍କ ମହିଳା ଓ ପୁରୁଷ ମାନଙ୍କ ପାଇଁ ସବୁ ସୁବିଧା ସୁଯୋଗ ଦେଉଛନ୍ତି ଏ ଠାକାର ଯୁବ ଭଲେଣ୍ଟିୟର।  ଠିକ ସେଭଳି ସମାଜ ର ତୃତୀୟ ବର୍ଗ ର ମତଦାତା ବି ନିଜର ମୂଲ୍ୟବାନ ଭେଟ କୁ ଏହି ବୁଥ ରେ ଦେଇ ନିଜର କୃତଜ୍ଞ ଜ୍ଞାପନ କରିଛନ୍ତି। 

ବାଇଟ ମେଘନା କିନ୍ନର
ବାଇଟ ବୟସ୍କ ଭେଟର
ବାଇଟଭଲେଣ୍ଟିୟର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.