ETV Bharat / state

Panchayat Poll: ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କରାଯାଉଛି ଯାଞ୍ଚ

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଯାଜପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଉଛି । ଅଧିକ ପଢନ୍ତୁ

Panchayat Poll : ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର କରାଯାଉଛି ଯାଞ୍ଚ

author img

By

Published : Jan 22, 2022, 9:48 PM IST

ଯାଜପୁର : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଯାଜପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଉଛି । ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ସରପଞ୍ଚ, ସମିତିସଭ୍ଯ ଓ ୱାର୍ଡ ମେମ୍ବର ପଦବୀ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

Panchayat Poll : ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର କରାଯାଉଛି ଯାଞ୍ଚ

ଅପରାହ୍ନ 5ଟା ପର୍ଯ୍ୟନ୍ତ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା । ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ଯ ଯେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାର 39ଟି ଜିଲ୍ଲାପରିଷଦ ଜୋନ ପାଇଁ ମୋଟ 155ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏହାବି ପଢନ୍ତୁ : ଚିକିତ୍ସା ଅବହେଳାରୁ ଆଶା କର୍ମୀଙ୍କ ମୃତ୍ୟୁ ଅଭିଯୋଗ

ସେହିପରି ଜିଲ୍ଲାର 10ଟି ବ୍ଲକରେ 736ଜଣ ସରପଞ୍ଚ ପ୍ରାର୍ଥୀ, 548 ଜଣ ସମିତିସଭ୍ଯ ପ୍ରାର୍ଥୀ ଏବଂ 3121ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିଜ ନିଜ ପଞ୍ଚାୟତରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଜିଲ୍ଲାର ବଡଚଣାରେ ସର୍ବାଧିକ 127ଜଣ ସରପଞ୍ଚ ପ୍ରାର୍ଥୀ ଓ 89ଜଣ ସମିତିସଭ୍ଯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ତେବେ ଆସନ୍ତା ମାସ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.