ETV Bharat / state

ମହାବିନାୟକରେ ମହାଶିବରାତ୍ରୀ

ରାଜ୍ୟର ବିଭିନ୍ନ ଶୈବପୀଠରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ଜାଗର । ଚଣ୍ଡିଖୋଲସ୍ଥିତ ପ୍ରସିଦ୍ଧ ଶୈବପୀଠ ମହାବିନାୟକରେ ମଧ୍ୟ ଆଡମ୍ବର ସହ ପାଳିତ ହେଉଛି ମହାଶିବରାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Mar 4, 2019, 11:41 PM IST

ଯାଜପୁର: ରାଜ୍ୟର ବିଭିନ୍ନ ଶୈବପୀଠରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ଜାଗର । ଚଣ୍ଡିଖୋଲସ୍ଥିତ ପ୍ରସିଦ୍ଧ ଶୈବପୀଠ ମହାବିନାୟକରେ ମଧ୍ୟ ଆଡମ୍ବର ସହ ପାଳିତ ହେଉଛି ମହାଶିବରାତ୍ରୀ । ଦିଅଁ ଦର୍ଶନ ପାଇଁ ମନ୍ଦିରରେ ଭୋରୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଅନ୍ୟପଟେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପାଦନ ହେବା ସହ ସୁରୁଖୁରରେ ଦର୍ଶନକୁ ନଜରରେ ରଖି ମନ୍ଦିର ତରଫରୁ ଗ୍ରହଣ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନିର୍ଜଳ ଓ ନିରାହାର ହୋଇ ମହାଦୀପ ଉଠିବା ସମୟକୁ ଅପେକ୍ଷା କରି ରହିଛନ୍ତି ସମସ୍ତ ବ୍ରତଧାରୀ । ତେବେ ମହାବିନାୟକ ମନ୍ଦିରରେ ମଧ୍ୟ ମହାଦୀପ ଉଠିବାର କାର୍ଯ୍ୟକ୍ରମ ଥିବାରୁ ହାତରେ ଦୀପ ଧରି ସନ୍ଧ୍ୟାରୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ପ୍ରକାଶ ଯେ ଜଙ୍ଗଲ ଓ ପାହାଡ ଘେରା ମହାବିନାୟକ ମନ୍ଦିରରେ ସାମୂହିକ ଭାବେ ପୂଜା ପାଆନ୍ତି ଗଣେଷ, ନାରାୟଣ, ଶିବ, ଅମ୍ବିକା ଏବଂ ଭାସ୍କର । ଯାହାକି ସମଗ୍ର ରାଜ୍ୟରେ ଏକ ବିରଳ ପରମ୍ପରା ।

ବିଶ୍ବାସ ରହିଛି ଜାଗରରେ ମହାବିନାୟକଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହେବା ସହ ମନସ୍କାମନା ପୂର୍ଣ୍ଣ ହୁଏ । ତେଣୁ ପ୍ରତିବର୍ଷ ମହାଶିବରାତ୍ରୀରେ ଏଠାକୁ ଛୁଟେ ଭକ୍ତଙ୍କ ସୁଅ । ତେବେ ସକାଳୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ସରିଥିବା ବେଳେ ବର୍ତ୍ତମାନ ମହାଦୀପ ଉଠିବା ନେଇ ପ୍ରସ୍ତୁତି ଚାଲିଛି ।

କେବଳ ମହାବିନାୟକ ଶୈବ ପୀଠ ନୁହେଁ ବରଂ ଜିଲ୍ଲା ସଦର ମହକୁମାସ୍ଥିତ ତ୍ରିଲୋଚନେଶ୍ବର, ଧର୍ମଶାଳାର ଗୋକର୍ଣ୍ଣେଶ୍ବର, ବିଂଝାରପୁରର ବରୁଣେଶ୍ବର, ଦଶରଥପୁରର ସିଦ୍ଧେଶ୍ବର, ଗଣେଶ୍ବରପୁରର ବେଲେଶ୍ବର, ଷଠିପୁରର ଲିଙ୍ଗେଶ୍ବର, ବ୍ୟାସନଗରର ସ୍ବପ୍ନେଶ୍ବର, କୁଆଖିଆର ଚନ୍ଦନେଶ୍ବର ଓ ସାରଙ୍ଗପୁରର ଜଗତେଶ୍ବର ପ୍ରଭୃତି ମନ୍ଦିରରେ ମହାଶିବରାତ୍ରୀ ପାଇଁ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:() ବିଜେପି ରାସ୍ତା ରେ ବିଜେଡି। କିଛି ଦିନ ପୂର୍ବରୁ ବିଜେପି ଆରମ୍ଭ କରିଥିଲା ମୋ ଘର ବିଜେପି,ଏବେ ସେଇ ସମାନ ରାସ୍ତା ରେ ବିଜେଡ଼ି।ଘରେ ଘରେ ଶଙ୍ଖ ମତା ମତ ଦିଅନ୍ତୁ ଆପଣ ପାଳନ କରନ୍ତି ନବୀନ,ନାମରେ ନୂଆ ଅଭିଯାନ ଆରମ୍ଭ କରିଛି।ଆସନ୍ତା କାଲି ପ୍ରବାଦ ପୁରୁଷ ବିଜୁବାବୁଙ୍କ 103 ତମ ଜନ୍ମ ଜୟନ୍ତୀ କୁ ଦଳ ର ସଭାପତି ନବୀନ ପତ୍ତନଇକ ସୁଭରମ୍ଭ କରିବେ । ଅଭିଯାନକୁ ବିଜୁ ମହିଳା ଜନତା ଦଳ ର କର୍ମ କର୍ତା ଘରେ ଘରେ ପହଂଚାଇବେ । ଲୋକ ମାନଙ୍କ ଅସା ସଠିକ ଭାବେ ଆକଳନ କରିବା ସେମାନଙ୍କ ମତାମତ ପରାମର୍ଶ ଓ ପ୍ରସ୍ତାବକୁ ଆଧାର କରି ବିଜେଡି 2019 ନିର୍ବାଚନ ପାଇଁ ଆଧାର କରି ଇସ୍ତାହାର ପ୍ରସ୍ତୁତ କରିବା ଦଳ । ବିଜୁ ଜନତା ଦଳ ତରଫ ରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ସାଧାରଣ ସମ୍ପାଦକ ଅରୁଣ ସାହୁ।ସମସ୍ତ ମହିଳା କର୍ମୀ ଏକ form କୁ ସବୁ ଘରେ ପହଂଚାଇବେ ପରେ ଏହାକୁ ସଙ୍ଘରହ କରି ଦଳ ର ସଭାପତି ଙ୍କ ନିକଟକୁ ପଠାଇବେ।
byte-ଅରୁଣ ସାହୁ ,ବିଜେଡି ମୁଖପତ୍ର
ମିନତୀ ବେହେରା,ବିଜେଡି ସଭାନେତ୍ରୀ

Body:ଘରେ ଘରେ ଶଙ୍ଖ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.