ETV Bharat / state

ଯାଜପୁର ଦମ୍ପତିଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁ କଲା ପୋଲିସ

author img

By

Published : Jul 17, 2022, 10:36 PM IST

ଯାଜପୁର ରୋଡ଼ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ନବ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁ କଲା ପୋଲିସ । ରବିବାର ଏକ ଭଡ଼ା ଘରେ ଗୋଟିଏ ଫ୍ୟାନରେ ବେକରେ ରଶି ଲଗାଇ ଉଭୟ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

ଫ୍ୟାନରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା, ପୋଲିସ ପକ୍ଷରୁ ମାମଲା ରୁଜ୍ଜୁ

ଯାଜପୁର: ଜିଲ୍ଲାର ଯାଜପୁର ରୋଡ଼ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ନବ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁ କଲା ପୋଲିସ । ରବିବାର ଏକ ଭଡ଼ା ଘରେ ଗୋଟିଏ ଫ୍ୟାନରେ ବେକରେ ରଶି ଲଗାଇ ଉଭୟ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ଉଭୟ ଆତ୍ମହତ୍ୟା ଭଳି ରାସ୍ତା ଆପଣାଇ ପାରିଥାଆନ୍ତି ବୋଲି ସନ୍ଦେହ କରାଯାଉଛି ।

ମୃତକ ବାଲେଶ୍ଵର ଜିଲ୍ଲା ସଦର ଥାନା ଫୁଲଓ୍ବାର କସବା ଅଞ୍ଚଳର ଜତିନ୍ଦ୍ର ନାଥ ନାୟକଙ୍କ ପୁଅ ଶଙ୍କର ଦୟାଲ ନାୟକ ଓ ତାଙ୍କ ପତ୍ନୀ ଦେବସ୍ମିତା ପାତ୍ର ବୋଲି ଜଣାପଡିଛି । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏଥିସହିତ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଦମ୍ପତିଙ୍କ ମୃତଦେହ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବାଲେଶ୍ଵର ଜିଲ୍ଲା ସଦର ଥାନା ଫୁଲଓ୍ବାର କସବା ଅଞ୍ଚଳର ଜତିନ୍ଦ୍ର ନାଥ ନାୟକଙ୍କ ପୁଅ ଶଙ୍କର ଦୟାଲ ନାୟକ ଓ ବାଲେଶ୍ଵର ସଦର ଥାନା ବାଙ୍ଗରା ଗ୍ରାମର ପଦ୍ମଲୋଚନ ପାତ୍ରଙ୍କ ଝିଅ ଦେବସ୍ମିତା ପାତ୍ରଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘଦିନ ଧରି ସମ୍ପର୍କରେ ରହିବା ପରେ ଉଭୟ ପରିବାର ଲୋକଙ୍କ ସହମତିରେ ଗତ ଏକବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା । ଶଙ୍କର ଦୟାଲ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଘରୋଇ ଶିଳ୍ପ କାରଖାନାରେ କାର୍ଯ୍ୟ କରୁଥିବା ବେଳେ ଗତ ଏକ ମାସ ହେବ ଯାଜପୁର ରୋଡ଼ ଦଳା ଅଞ୍ଚଳରେ ପତ୍ନୀ ଦେବସ୍ମିତାଙ୍କ ସହ ରହୁଥିଲେ । ତେବେ ଆଜି(ରବିବାର) ସକାଳୁ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ତେବେ ଉଭୟ ପତିପତ୍ନୀଙ୍କ ମଧ୍ୟରେ କୌଣସି ତିକ୍ତତା ନଥିବା ଶଙ୍କରଙ୍କ ପରିବାର ଲୋକେ କହିଥିବା ବେଳେ ଦୀର୍ଘଦିନ ହେବ ପାରିବାରିକ ଦ୍ବନ୍ଦ୍ବ ଥିବା ମୃତା ମହିଳାଙ୍କ ଭଉଣୀ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.