ଯାଜପୁର: ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା ସତ୍ୟନାରାୟଣ ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଏହାସହ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗୀତା ମନୋଭାବ ଆଣି ପାଠ ପଢ଼ିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ।
ଏଥିରେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ବର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଡ ବିଜୟ କୁମାର ସାହୁ, ଶିକ୍ଷାବିତ୍ ବିପିନ ବିହାରୀ ଜେନା ପ୍ରମୁଖ ଯୋଗ ଦେଇ ଉତ୍ତମ ଛାତ୍ର ହେବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସାହିତ୍ୟିକ ନବକିଶୋର ପଣ୍ଡାଙ୍କ ଦ୍ବାରା ରଚିତ ପୁସ୍ତକ ବିରଜା ମଣ୍ଡଳ ଉନ୍ମୋଚିତ ହୋଇଥିଲା । ପରେ ଓଲିଉଡ କଳାକାରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ