ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ଆଜି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...

tirtol by election
tirtol by election
author img

By

Published : Oct 15, 2020, 3:06 PM IST

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତିର୍ତ୍ତୋଲ ଉପନିର୍ବଚନ: ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ

ଏଠାରେ ସୂଚନା ଥାଉ ଯେ, ଗତ ୧୧ ତାରିଖ ଦିନ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନାମାଙ୍କନ ପତ୍ର ଦାଖଲ କରିସାରିଥିବାବେଳେ ଗତକାଲି ସିପିଆଇ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ନୋମିନେସନ୍ କରିସାରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନୋମିନେସନ୍ କରିବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ସୁଦ୍ଧା ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି ।

ନାମାଙ୍କନ ଭରିବା ପରେ ହିମାଂଶୁ ମଲ୍ଲିକ କହିଛନ୍ତି ଯେ, ତିର୍ତ୍ତୋଲରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ଏହି ଅଞ୍ଚଳରେ କୌଣସି ପ୍ରକାରର ଇଣ୍ଡଷ୍ଟ୍ରି ନାହିଁ । ତିର୍ତ୍ତୋଲ ପାଇଁ ସରକାରଙ୍କ ଏତେ ପାତର ଅନ୍ତର କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.