ଜଗତସିଂହପୁର: ଜିଲ୍ଲାରେ ବୃଦ୍ଧି ପାଉଛି ବାଂଲାଦେଶୀ ଶରଣାର୍ଥୀଙ୍କ ସଂଖ୍ୟା । ଏ ନେଇ ଆସିଛି ସଙ୍ଗୀନ ଅଭିଯୋଗ । ସମୁଦ୍ର ତଟଦେଇ ହଜାର ହଜାର ଶରଣାର୍ଥୀ ଜିଲ୍ଲାର ଅବାଧ ପ୍ରବେଶ କରୁଛନ୍ତି । ବିଭିନ୍ନ ସ୍ଥାନରେ ଜଙ୍ଗଲ କାଟି ବସବାସ ମଧ୍ୟ କରୁଛନ୍ତି । ପ୍ରତ୍ୟକ ଦିନ ସହସହ ବାଂଲାଦେଶୀ ବିନା ବାଧାରେ ସମୁଦ୍ର ତଟ ଦେଇ ପାରାଦ୍ବୀପରେ ପହଁଚୁଛନ୍ତି ।
ଏଭଳି ଅବାଧ ପ୍ରବେଶକୁ ପ୍ରଶାସନ ଦେଖ ମଧ୍ୟ ଚୁପ୍ ରହିଛି । ଦେଖି ନଦେଖିଲାଭଳି ରହୁଥିବା ବେଳେ ଶ୍ରମଜୀବୀ ମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାଂଲାଦେଶୀ ଶରଣାର୍ଥୀ ମାନେ ଏବେ କୃଷି କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅଳ୍ପ ପାରିଶ୍ରମିକରେ କାମ କରୁଥିବାରୁ ସ୍ଥାନୀୟ ଶ୍ରମଜୀବୀ ମାନଙ୍କର ଏବେ କାମ ବନ୍ଦ ହେବାକୁ ବସିଲାଣି । ଯାହାକୁ ନେଇ ଶ୍ରମଜୀବୀ ମାନେ ଏବେ ଚିନ୍ତାରେ ।
ବାଂଲାଦେଶୀ ଶରଣାର୍ଥୀ ମାନେ ନିର୍ଦ୍ଧାରିତ ମୂଲ୍ୟରୁ ବହୁତ କମମୂଲ୍ୟରେ କାମ କରୁଥିବାରୁ, ଜମି ମାଲିକ ମାନେ ସେମାନଙ୍କୁ ଚାଷବାସ କାମରେ ନିୟୋଜିତ କରୁଛନ୍ତି । ଯାହା ଫଳରେ ସ୍ଥାନୀୟ ଶ୍ରମଜୀବୀଙ୍କୁ କାମ ମିଳୁନାହିଁ । ଖରିପ ଋତୁ ଆରମ୍ଭରେ ଚାଷ କାମ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ, ଚାଲେ କିନ୍ତୁ ଚଳିତ ମାସ ଆରମ୍ଭ ରୁ ଶ୍ରମଜୀବୀ ମାନେ କାମ ପାଉନଥିବା ଅଭିଯୋଗ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ