ETV Bharat / state

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମାଡ, ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ

ପଞ୍ଚାୟତର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗରେ କଲମ ଛାଡ ଆନ୍ଦୋଳନରେ ବସିଲେ ଜଗତସିଂହପୁର ବ୍ଲକର ସମସ୍ତ କର୍ମଚାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : May 31, 2019, 12:56 AM IST

ଜଗତସିଂହପୁର: କଣ୍ଟିଲୋ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଞ୍ଚାନନ ଭୁୟାଁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଜଗତସିଂହପୁର ବ୍ଲକର ସମସ୍ତ କର୍ମଚାରୀମାନେ କଲମ ଛାଡ ଅନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ ।

ସୂଚନା ଅନୁଯାୟୀ, କଣ୍ଟିଲୋ କାର୍ଯ୍ୟନିର୍ବହୀ ଘଡିମୂଳ ନିକଟରେ ଯିବା ସମୟରେ କୃତ୍ତିବାସ ନାୟକ ନାମକ ଜଣେ ଯୁବକ ତାଙ୍କୁ ମାଡ ମାରିଥିଲେ । ପରେ ଏସମ୍ପର୍କରେ ଥାନାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଫଳରେ ବାଧ୍ୟ ହୋଇ ଆଜି(ଗୁରୁବାର) ବ୍ଲକ୍ କର୍ମଚାରୀମାନେ ଧାରଣାରେ ବସିଥିଲେ ।

ଖବର ପାଇ ଧାରଣାସ୍ଥଳରେ ପୋଲିସ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ । ଏଥିସହିତ ଅଭିଯୁକ୍ତ କୃତ୍ତିବାସକୁ ଖୁବଶୀଘ୍ର ଧରାଯିବା ନେଇ ପ୍ରତିଶ୍ତୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.