ETV Bharat / state

ଓଡିଶା ବଜାରରୁ ଲିଚୁ ଉଭାନ, ବିକ୍ରୀ ଉପରେ କଟକଣା

ବିହାରରେ ଲିଚୁ ଖାଇ ଶିଶୁମୃତ୍ୟୁ ଘଟୁଥିବା ସନ୍ଦେହ ଏବେ ସାରା ଦେଶରେ ବ୍ୟାପିଲାଣି । ଏନେଇ ଓଡିଶା ବଜାରରେ ମଧ୍ୟ ଆଉ ମିଳୁନି ଲିଚୁ । ଏପଟେ ସଜାଗ ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଫଳଦୋକାନ ଉପରେ ନଜର ରଖାଯିବା ସହ ଲିଚୁ ବିକ୍ରୀ ଉପରେ କଟକଣା ଲଗାଯାଇଛି।

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର
author img

By

Published : Jun 22, 2019, 5:19 AM IST

ଜଗତସିଂହପୁର: ବିହାରରେ ଲିଚୁ ଟ୍ରାଜେଡି ପରେ ଓଡିଶା ବଜାରରୁ ଲିଚୁ ଉଭାନ । ଏନସେଫାଲାଇଟିସରେ ଆକ୍ରାନ୍ତ ହୋଇ ଶତାଧିକ ଶିଶୁ ପ୍ରାଣ ହରାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଲିଚୁ ଉପରେ ଲାଗିଛି କଟକଣା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ବଜାରରେ ବିକ୍ରି ହେଉଥିବା ଲିଚୁ ବା ଲିଚିକୁ ଖାଇବାରୁ ଶିଶୁମାନେ ମସ୍ତିଷ୍କଜନିତ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି । ଏହାକୁ ସନ୍ଦେହ କରି ଜଗତସିଂହପୁର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ବିଭିନ୍ନ ଫଳ ଦୋକାନ ଉପରେ ଚଢ଼ାଉ କରାଯାଇଛି ।

ଏହାସହ ଜିଲ୍ଲାରେ ଲିଚୁକୋଳି ବିକ୍ରି ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ତାଙ୍କ ମତରେ ଜାପାନୀ ଏନସେଫାଲାଇଟିସ ଓ ସେଫାଲାଇଟିସ ସିଣ୍ଡ୍ରମ ନାମକ ଭୂତାଣୁରୁ କାରଣରୁ ମସ୍ତିଷ୍କ ଜର ହୋଇଥାଏ। ତେବେ ଜଗତସିଂହପୁର ଜିଲ୍ଲାରେ ସେଭଳି ଲକ୍ଷଣ ଥିବା ରୋଗୀ ଚିହ୍ନଣ୍ଟ କରାଯାଇ ନାହିଁ।

ମାତ୍ର ଜିଲ୍ଲାରେ ଥିବା ସମସ୍ତ ଫଳଦୋକାନ ଉପରେ ନଜର ରଖାଯିବା ସହ ଲିଚୁ ବିକ୍ରୀ ଉପରେ କଟକଣା ଲଗାଯାଇଛି। କେତେକ ଦୋକାନୀ ପ୍ରଶାସନ ଭୟରେ ଷ୍ଟକ ରଖିଥିବା ଲିଚୁକୁ ନଷ୍ଟ କରିଦେଇ ଥିବାବେଳେ ଅନ୍ୟ କେତେକ ଲିଚୁ ଆମଦାନୀ କରିବା ବନ୍ଦ କରିଦେଇଛନ୍ତି।

ବିହାରରେ ଶତାଧିକ ଶିଶୁଙ୍କ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ବଜାରରେ ବିକ୍ରି ହେଉଥିବା ବିଷାକ୍ତ କେମିକାଲଯୁକ୍ତ ଲିଚୁ ଖାଇ ଶିଶୁମାନେ ପ୍ରାଣ ହରାଉଥିବାରୁ ଚର୍ଚ୍ଚା ହେଉଛି। ଯାହାକୁ ନେଇ କିଛିଦିନ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଲିଚୁ ନମୁନାକୁ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାକୁ ଘାରିଛି N sepalights ଭୟ ,ବିହାର ରେ ଶିଶୁ ମୃତ୍ୟୁ କୁ ନେଇ ସଜାଗ ହୋଇଛି ଜିଲା ସ୍ୱାସ୍ଥ୍ୟ ବିଭାଗ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ଫଳ ଦୋକାନ ଉପରେ ଚଢ଼ାଉ କରିଛି। ଜିଲ୍ଲାରେ ଲିଚୁ କୋଳି ବିକ୍ରି ନ କରିବାକୁ ପରାମର୍ଶ ଦେଇଛି।ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କହିବା ଅନୁଯାୟୀ ଜାପାନୀ ଏନ ସେପାଲାଇଟେସ ,ଓ ସେପା ଲାଇଟେସ ସ୍ପେଣ୍ଡ୍ରମ ନାମକ ଭୁତାଣୁ ଜନିତ ମତିଷ୍କ ଜର ହୋଇଥାଏ। କିନ୍ତୁ ଜିଲାରେ ଏଭଳି କିଛି ଲକ୍ଷଣ ଥିବା ରୋଗୀ ଚିହ୍ନଣ୍ଟ କରାଯାଇ ନାହିଁ। ଜିଲାରେ ଥିବା ସମସ୍ତ ଫଳ ଦୋକାନ ଉପରେ ନଜର ରଖାଯିବା ସହ ଲିଚୁବିକ୍ରୀ ଉପରେ କଟକଣା ଲଗାଯାଇଛି। ଫଳ ବଜାର ରେ ମଧ୍ୟ ଲିଚୁ ଉଭାନ ହୋଇଯାଇଛି। କେତେକ ଦୋକାନୀ ପ୍ରଶାସନ ଭୟରେ ଷ୍ଟକ ରଖିଥିବା ଲିଚୁ କୁ ନଷ୍ଟ କରିଦେଇଥିବା ବେଳେ ଅନ୍ୟ କେତେକ ଲିଚୁ ଆମଦାନୀ କରିବା ବନ୍ଦ କରିଦେଇଛନ୍ତି।

Body:ବ୍ୟଟି- ଅଜୟ କୁମାର ବୈଠାରୁ_ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ
ଜଗତସିଂହପୁର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.