ETV Bharat / state

ରୋଚକ ମୋଡରେ ଜଗତସିଂହପୁର ଜିଲ୍ଲାର ଏଟିଏମ ଭଙ୍ଗା ଘଟଣା

ରହସ୍ୟ ଘେରରେ ଜଗତସିଂହପୁର ଜିଲ୍ଲାର ୟୁବିଆଇ ଏଟିଏମ ଭଙ୍ଗା ଘଟଣା । ଏପଟେ ଅନ୍ଧାରରେ ବାଡି ବୁଲାଉଛି ଜିଲ୍ଲା ପୋଲିସ। ଜନଗହଳିପୂର୍ଣ ବଡ଼ ବଜାରରେ ଥିବା ଏଟିଏମ କିପରି ଓ କେମିତି ଭଙ୍ଗା ଗଲା ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର
author img

By

Published : Jun 5, 2019, 8:38 AM IST

ଜଗତସିଂହପୁର: ରହସ୍ୟ ଘେରରେ ଜଗତସିଂହପୁର ଜିଲ୍ଲା ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ(ୟୁବିଆଇ) ଏଟିଏମ ଭଙ୍ଗା ଘଟଣା । ଏପଟେ ଅନ୍ଧାରରେ ବାଡି ବୁଲାଉଛି ଜିଲ୍ଲା ପୋଲିସ। ଜନଗହଳିପୂର୍ଣ ବଡ଼ ବଜାରରେ ଥିବା ଏଟିଏମ କିପରି ଓ କେମିତି ଭଙ୍ଗା ଗଲା ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ। ଅନ୍ୟପଟେ ବ୍ରାଞ୍ଚ ମ୍ୟାନେଜରଙ୍କ ମନ୍ତବ୍ୟରେ ତାଳମେଳ ରହୁନଥିବାରୁ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଏଟିଏମ ଭଙ୍ଗାର 24 ଘଣ୍ଟା ପରେ ବି ବ୍ୟାଙ୍କ କର୍ତ୍ତୃପକ୍ଷ ଏତଲା ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଘଟଣା ବିଷୟରେ ଖବର ପାଇ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ୟୁବିଆଇ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ମୁକୁଳା ପଡ଼ିଥିବା ବେଳେ ସିସିଟିଭି ମଧ୍ୟ କାମ କରୁନଥିବା ପୋଲିସ କହିଛି। ଏ ସମ୍ପର୍କରେ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ଏତଲା ଦେଇଥିବା କହୁଥିବା ବେଳେ ପୋଲିସ ଏତଲା ଦିଆଯାଇ ନଥିବା କହିଛି । ତେବେ ଏହି ଏଟିଏମର ପାସୱାଡ଼ ନଥିବାରୁ କେତେ ଟଙ୍କା ଲୁଟ ହୋଇଛି ତାହ 24 ଘଣ୍ଟା ପରେ ବି ଜଣାପଡିନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.