ETV Bharat / state

ବାନ୍ଧବୀଙ୍କ ସହ ମତାନ୍ତରକୁ ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା

ସାଙ୍ଗ ସାଙ୍ଗ ମଧ୍ୟରେ ସାମାନ୍ୟ ମତାନ୍ତର ପାଇଁ ଯୁବତୀଙ୍କ ଆତ୍ମହତ୍ୟା । ପାରାଦ୍ବୀପ ଗଡ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

ବାନ୍ଧବୀଙ୍କ ସହ ମତାନ୍ତରକୁ ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା
ବାନ୍ଧବୀଙ୍କ ସହ ମତାନ୍ତରକୁ ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା
author img

By

Published : Feb 7, 2021, 9:32 PM IST

ଜଗତସିଂହପୁର: ଆଜିର ବାସ୍ତୁବାଦୀ ସମାଜରେ କେବଳ ନିଜ ସ୍ବାର୍ଥ ପାଇଁ ବନ୍ଧୁତା କରାଯାଉଛି । ମାତ୍ର ସାଙ୍ଗ ସାଙ୍ଗ ମଧ୍ୟରେ ସାମାନ୍ୟ ମତାନ୍ତର ପାଇଁ ଆତ୍ମହତ୍ୟାକୁ ଆପଣେଇ ନେବା ଏକ ବିରଳ ଘଟଣା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପାରାଦ୍ବୀପ ଗଡ ଗ୍ରାମରେ । ନିଜ ବାନ୍ଧବୀଙ୍କ ସହ ସାମାନ୍ୟ ଝଗଡାରୁ କଥା କଥାବାର୍ତ୍ତା ବନ୍ଦ ନେଇ ରବିବାର ଦିନ ସୌଭାଗିନୀ ସେଠୀ ନାମକ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବାନ୍ଧବୀଙ୍କ ସହ ମତାନ୍ତରକୁ ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା

ସୂଚନା ମୁତାବକ, ଗଡ ଗ୍ରାମର ମହେନ୍ଦ୍ର ସେଠୀଙ୍କ ଝିଅ ସୌଭାଗିନୀ ଓ ସେହି ଗ୍ରାମର ଅନ୍ୟ ଜଣେ ଝିଅ କେନ୍ଦ୍ରାପଡ଼ାର ଏକ କଲେଜରେ ଯୁକ୍ତ ଦୁଇ କଳା ବିଭଗରେ ପାଠ ପଢୁଥିଲେ । ଉଭୟ ଏକାଠି କଲେଜ ଯିବା ଆସିବା କରିବା ସହିତ ସବୁବେଳେ ଏକାଠି ବୁଲିଥାନ୍ତି । ମାତ୍ର କୌଣସି କାରଣକୁ ନେଇ ୬ ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ତେବେ ଏହି ଘଟଣା କେନ୍ଦ୍ରକରି ଗତ ୫ ରୁ ୬ ଦିନ ହେଲା ସୌଭାଗିନୀ ମାନସିକ ଚାପଗ୍ରସ୍ତ ଥିଲେ । ରବିବାର ପରିବାରର ସମସ୍ତେ ମଧ୍ୟାହ୍ନରେ ଖାଇ ସାରି ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ସୌଭାଗିନୀ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ ଦ୍ବାରା ତାଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.