ETV Bharat / state

ଜିଲ୍ଲାରେ ସଂକ୍ରମଣ କମିଛି: ଜିଲ୍ଲାପାଳ

ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

Decreasing corona cases in Jagatsinghpur district
ଜିଲ୍ଲାରେ ସଂକ୍ରମଣ କମିଛି: ଜିଲ୍ଲାପାଳ
author img

By

Published : Jun 4, 2021, 11:01 PM IST

ଜଗତସିଂହପୁର: ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି । ଏକ ଭିଡ଼ିଓ ବାର୍ତ୍ତା ଜାରିକରି ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ ଲକଡାଉନକୁ ମାନୁନଥିବା ଅମାନିଆଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇ ସରିଲାଣି । ସେହିଭଳି ସରକାରୀ ନିଅମ ମନୁନଥିବା 100 ରୁ ଅଧିକ ଦୋକାନ ଗୁଡିକୁ ସିଲ କରିଦିଆଯାଇଛି ।

ଜିଲ୍ଲାରେ ସଂକ୍ରମଣ କମିଛି: ଜିଲ୍ଲାପାଳ

ଲକଡାଉନ ଫଳରେ ପାରାଦ୍ୱୀପ ଓ ଜଗତସିଂହପୁର ସହରରେ ସଂକ୍ରମଣ କମୁଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସରକାରଙ୍କ ଗାଇଡ଼ ଲାଇନ ମାନି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯେଉଁମାନଙ୍କର ଥଣ୍ଡା ଜ୍ବର କିମ୍ବା କାଶ ହେଉଛି ସେମାନେ ନିକଟସ୍ଥ ଆସାଦିଦି କି ଅଙ୍ଗନବାଡ଼ି ଦିଦିଙ୍କୁ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ଜିଲ୍ଲାର ଜନସାଧାରଣ ସଚେତନ ହେଲେ ସଂକ୍ରମଣ ହ୍ରାସ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.