ETV Bharat / state

ଜଗତସିଂହପୁର ଜିଲ୍ଲାରେ ପୁଣି 26 କୋରୋନା ଆକ୍ରାନ୍ତ ଚିହ୍ନଟ

ଜଗତସିଂହପୁର ଜିଲ୍ଲାରେ ପୁଣି 26 କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 921କୁ ଛୁଇଁଲା । ଏ ନେଇ ଜଗତସିଂହପୁର ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାରେ ପୁଣି 26 କୋରୋନା ଆକ୍ରାନ୍ତ ଚିହ୍ନଟ
ଜଗତସିଂହପୁର ଜିଲ୍ଲାରେ ପୁଣି 26 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Aug 12, 2020, 9:13 PM IST

ଜଗତସିଂହପୁର: ଜିଲ୍ଲାରେ ପୁଣି 26 କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 921କୁ ଛୁଇଁଲା । ଏ ନେଇ ଜଗତସିଂହପୁର ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ପୁଣି 26 କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ବୁଧବାର ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ହେଲେ ନାଉଗାଁରୁ 17, ପାରାଦ୍ବୀପରୁ 3, ତିର୍ତ୍ତୋଲରୁ 3, କୁଜଙ୍ଗରୁ1, ବିରିଡିରୁ 1 ଓ ବାଲିକୁଦାରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ନାଉଗାଁରୁ ଚିହ୍ନଟ ହୋଇଥିବା 17 ଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେରେ ଚିକିତ୍ସିତ ହେଉଥିବା ସମୟରେ ସେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଅନ୍ୟ ସମସ୍ତେ କଟକ, ଭୁବନେଶ୍ବର ଓ ପଡ଼ୋଶୀ ବିହାରରୁ ଆସି ହୋମ କ୍ବାରେଣ୍ଟାଇନରେ ଥିଲେ । ସେମାନେ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଏହାପରେ ସେମାନଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା ।

ତେବେ ଏହାକୁ ନେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 921କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 742 ଜଣ ସୁସ୍ଥ ହୋଇଥିବାବେଳେ 177 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 2ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.