ଜଗତସିଂହପୁର: ମଦମୁକ୍ତି ପାଇଁ ଯୁବକଙ୍କ ଅଭିନବ ପ୍ରୟାସ । ଗାନ୍ଧୀଙ୍କ ବେଶରେ ମଦମୁକ୍ତି ପାଇଁ କରୁଛନ୍ତି ସଚେତନତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ ।
ବୌଦ୍ଧର ଦୁଇ ଜଣ ଯୁବକ ମଦମୁକ୍ତି ପାଇଁ ବୁଲି ବୁଲି ଲୋକଙ୍କୁ ସଚେତନତା କରୁଛନ୍ତି । ସେମାନେ ବିଭିନ୍ନ ଜିଲ୍ଲା ପରିଭ୍ରମଣ କରି ଲୋକଙ୍କୁ ସଚେତନ କରିବା ପରେ ରବିବାର ଜଗତସିଂହପୁରରେ ପହଞ୍ଚିଥିଲେ । ସେଠାରେ ଲୋକଙ୍କୁ ସଚେତନ କରିଥିଲେ । ତେବେ ଗାନ୍ଧୀ ଜୟନ୍ତୀ ଠାରୁ 7ଦିନ ପର୍ଯ୍ୟନ୍ତ ଉଭୟେ ଲୋୟର ପିଏମଜି ଠାରେ ଧାରଣା ଦେଇଥିଲେ । ଏହାପରେ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।
ଜଗତସିଂହପୁର ସୁଶାନ୍ତ ପାତ୍ର, ଇଟିଭି ଭାରତ