ETV Bharat / state

ପୋଲିସ-ଅବକାରୀ ବିଭାଗର ମିଳିତ ଚଢାଉ: ୪୨୫ ଲିଟର ଦେଶୀମଦ ଜବତ

କୋରୋନା ମହାମାରୀର ଦ୍ବିତୀୟ ଲହର ସମୟରେ ସରକାରଙ୍କ ପକ୍ଷରୁ ଜାରି ରହିଛି ଲକଡାଉନ୍ ଏବଂ ସଟଡାଉନ୍ । ଏଭଳି ସମୟରେ ଉଭୟ ଦେଶୀ ଓ ବିଦେଶୀ ମଦର ବିକ୍ରି କରିବାକୁ ଅସାଧୁ ବ୍ୟବସାୟୀମାନେ ଉଦ୍ୟମ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ପୋଲିସ-ଅବକାରୀ ବିଭାଗର ମିଳିତ ଚଢାଉ
ପୋଲିସ-ଅବକାରୀ ବିଭାଗର ମିଳିତ ଚଢାଉ
author img

By

Published : Jun 1, 2021, 8:39 AM IST

ବ୍ରହ୍ମପୁର: କୋରୋନା ମହାମାରୀର ଦ୍ବିତୀୟ ଲହର ସମୟରେ ସରକାରଙ୍କ ପକ୍ଷରୁ ଜାରି ରହିଛି ଲକଡାଉନ୍ ଏବଂ ସଟଡାଉନ୍ । ଏଭଳି ସମୟରେ ଉଭୟ ଦେଶୀ ଓ ବିଦେଶୀ ମଦର ବିକ୍ରି କରିବାକୁ ଅସାଧୁ ବ୍ୟବସାୟୀମାନେ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ସମୟରେ ବ୍ରହ୍ମପୁର ସହରରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇଛି ।

ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳରୁ ଜବତ କରାଯାଇଛି ୪୨୫ ଲିଟର ଦେଶୀ ଓ ଅପମିଶ୍ରିତ ମଦ । ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଢିପ ସାହିରେ ଏହି ଚଢାଉ କରାଯାଇଥିବା ବେଳେ ଏଭଳି ମଦକୁ ରଖିଥିବା ଢିପସାହି ଅଞ୍ଚଳର ୫୦ ବର୍ଷୀୟ ଉଦୟଭାନୁ ରେଡ୍ଡିଙ୍କୁ ଗିରଫ କରାଯାଇଛି ।

ଏହାସହ ଦେଶୀ ମଦକୁ ପ୍ୟାକେଟ କରିବା ପାଇଁ ବ୍ୟବହାର କରାଯାଉଥିବା ମେସିନକୁ ଜବତ କରାଯିବା ସହିତ କେଉଁଠାରୁ ଏହି ମଦ ଅଣାଯାଇ ବିକ୍ରି କରାଯାଉଛି ତାହାକୁ ଅନୁଧ୍ୟାନ କରାଯାଉଛି । ଅବକାରୀ ବିଭାଗର ଅଧିକାରୀ ରୋସେନ୍ ହାସଂଦାଙ୍କ ଏତଲା କ୍ରମେ ଗୋଷାଣିନୂଆଗାଁ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଅତିରିକ୍ତ ଏସ୍.ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.