ଗଞ୍ଜାମ: ଭଞ୍ଜନଗର ଓଡିଶା ରାଜ୍ୟ ପରିବହନ ନିଗମର ଅସ୍ଥାୟୀ କର୍ମଚାରୀଙ୍କ ସାତ ମାସର ବକେୟା ଦରମା
ଓ osrtcକୁ ଉଛେଦ ନ କରିବାପାଇଁ ଗତ 12 ତାରିଖରୁ ଅସ୍ଥାୟୀ କର୍ମଚାରୀମାନେ ଧାରଣାରେ ବସିଛନ୍ତି ।
ଏହି ଧାରଣା ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ପ୍ରଚଣ୍ଡ ଖରାରେ ଅସ୍ଥାୟୀ କର୍ମଚାରୀମାନେ ଅଫିସ ଆଗରେ ଧାରଣାରେ ବସି ରହିଛନ୍ତି । କୌଣସି ଉଚ୍ଚପଦସ୍ଥ ଅଧିକାରୀ ମାନେ ଏହି ଷୟରେ କର୍ଣ୍ଣପାତ କରୁନାହାଁନ୍ତି ।
କର୍ମଚାରୀଙ୍କ ଆର୍ଥିକ ପରିସ୍ତିତି ଭଲ ନଥିବାବେଳେ ପରିବାର ଅଭାବ ଅନଟନରେ ଗତି କରୁଛି । କାମ କରି ପରିବାର ଚଳାଇବା ବଦଳରେ କର୍ମଚାରୀମାନେ ଧାରଣାରେ ବସିଥିବା OSRTC ଅସ୍ଥାୟୀ କର୍ମଚାରୀ ସିତାରାମ ଡାକୁଆ କହିଛନ୍ତି ।
ଏପରି ପରିସ୍ଥିତିରେ ଭଞ୍ଜନଗର ସହରରେ ଥିବା ମିଳିତ କ୍ରିୟାଅନୁଷ୍ଠାନ କମିଟି ମଧ୍ୟ ଆନ୍ଦୋଳନରେ ବସିଥିବା କର୍ମଚାରୀମାନଙ୍କୁ ସମର୍ଥନ କରିଛନ୍ତି । ଅନ୍ଯପକ୍ଷରେ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୂଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରାଯାଇଛି ।
ଯଦି ସରକାର ଏଥି ପ୍ରତି ଉପଯୁକ୍ତ ପଦକ୍ଷେପ ନନେବେ ତାହେଲେ ଆସନ୍ତା 21 ତାରିଖରେ ଭଞ୍ଜନଗର ବନ୍ଦ ଡାକରା ଦେବା ପାଇଁ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିବା ଆଇନଜୀବୀ ସନ୍ତୋଷ କୁମାର ପାଲ କହିଛନ୍ତି । ଧାରଣା ଚାଲୁ ରହିଥିବାରୁ ଭଞ୍ଜନଗରରୁ ସରକାରୀ ବସ ଚଳାଚଳ କରୁନାହିଁ ।
ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ