ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନିଜର ରାଜନୈତିକ ସମୀକରଣ ବଦଳାଉଛି ବିଜୁ ଜନତା ଦଳ। ଜିଲ୍ଲାରେ ନିଜର ଦବଦବା ଓ କଳେବର ବୃଦ୍ଧି କରିବା ନେଇ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଯୁବ ବିଜେଡିର ସାଙ୍ଗଠନିକ ଅଦଳବଦଳ କରାଯାଇଛି ।
ଆଜି ହୋଇଥିବା ସାଙ୍ଗଠନିକ ପରିବର୍ତ୍ତନରେ, ଜିଲ୍ଲା ଯୁବ ସଭାପତି ଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ବଦଳି କରି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ନ୍ୟସ୍ତ କରିଛି ଦଳ । ସେହିପରି ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଥିବା ଭବାନୀକାନ୍ତ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ବିଜୁ ଜନତା ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ଭୁବନେଶ୍ବରୁର ଭବାନୀ ଶଙ୍କର ଦାସ, ଇଟିଭି ଭାରତ