ETV Bharat / state

କଲିକତାରୁ ଗିରଫ ହେଲା ଆଇପିଏଲ ବ୍ୟାଟିଂ କାରବାରର ମୁଖ୍ୟ କିଙ୍ଗପିନ୍ ଦିନେଶ୍ - ଆଇପିଏଲ ବ୍ୟାଟିଂ ମୁଖ୍ୟ ଦିନେଶ୍

ଓଡିଶାରେ ଆଇପିଏଲ୍ ବ୍ୟାଟିଙ୍ଗ୍ କାରବାରର ମୁଖ୍ୟ କିଙ୍ଗପିନ୍ କୁହାଯାଉଥିବା ଦିନେଶ କୁମାର ରିଠିକୁ କଲିକତାରୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଦୀର୍ଘ ବର୍ଷ ଧରି ଏଭଳି କାରବାର କରି ଆସୁଥିବା ଦିନେଶକୁ ଗିରଫ କରିବା ପରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା । ଅଧିକ ପଢନ୍ତୁ...

କଲିକତାରୁ ଗିରଫ ହେଲା ଆଇପିଏଲ ବ୍ୟାଟିଂ କାରବାରର ମୁଖ୍ୟ କିଙ୍ଗପିନ୍ ଦିନେଶ୍

author img

By

Published : Feb 26, 2021, 4:02 PM IST

ବ୍ରହ୍ମପୁର : ଓଡିଶାରେ ଆଇପିଏଲ୍ ବ୍ୟାଟିଙ୍ଗ୍ କାରବାରର ମୁଖ୍ୟ କିଙ୍ଗପିନ୍ କୁହାଯାଉଥିବା ଦିନେଶ କୁମାର ରିଠିକୁ କଲିକତାରୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଦୀର୍ଘ ବର୍ଷ ଧରି ଏଭଳି କାରବାର କରି ଆସୁଥିବା ଦିନେଶକୁ ଗିରଫ କରିବା ପରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା । ଗିରଫ ପରେ ବ୍ରହ୍ମପୁର ପୋଲିସ ଦିନେଶକୁ କଲିକତାର କୋର୍ଟରେ ହାଜର କରିବା ସହ ସହରର ଗୋଷାଣିନୂଆଗାଁ ପୋଲିସ ରିମାଣ୍ଡରେ ଆଣିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ।

କଲିକତାରୁ ଗିରଫ ହେଲା ଆଇପିଏଲ ବ୍ୟାଟିଂ କାରବାରର ମୁଖ୍ୟ କିଙ୍ଗପିନ୍ ଦିନେଶ୍

ଆଇପିଏଲ୍ ବ୍ୟାଟିଙ୍ଗର ମୁଖ୍ୟ ଦିନେଶକୁ ବ୍ରହ୍ମପୁର ପୋଲିସ ଗିରଫ କରିବା ପରେ ଏହାକୁ ନେଇ ମୁମ୍ବାଇ ପୋଲିସ ମଧ୍ୟ ଏକ ମାମଲା ରୁଜ କରିଥିବା ଏସ୍.ପି ସୂଚନା ଦେଇଛନ୍ତି । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଥାନାରେ ରୁଜ ହୋଇଥିବା ଆଇପିଏଲ୍ ବ୍ୟାଟିଙ୍ଗ୍ ମାମଲାରେ ପୋଲିସ ପୂର୍ବରୁ ଏହି ଘଟଣାରେ ଆର.ଲାଲି ଆଚାରୀ, କେ.ପ୍ରଶାନ୍ତ କୁମାର ସୁବୁଦ୍ଧି, ବିଶାଲ ଅଗ୍ରୱାଲ, ଅଜୟ କୁମାର ପଣ୍ଡା, ସଞ୍ଜିତ କୁମାର ବେହେରା, ଅଜିତ କୁମାର ବରଦାଙ୍କ ସମେତ ଦିନେଶକୁ ମିଶାଇ ଅଦ୍ୟାବଧି ସାତ ଜଣଙ୍କୁ ଆଇପିଏଲ ବ୍ୟାଟିଙ୍ଗ୍ ମାମଲାରେ ପୋଲିସ ଗିରଫ କରିପାରିଛି । ପୋଲିସ ଦିନେଶ୍ ଠାରୁ ମୋବାଇଲ ଫୋନ, ହେଣ୍ଡ ସେଟ, ଲାପଟପ, ସହ ବଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ 72 ଲକ୍ଷ 96 ହଜାର ଟଙ୍କା ରହିଥିବା ଠାବ କରାଯାଇଥିବା ବେଳେ ପୋଲିସ ରିମାଣ୍ଡ ସମୟରେ ଦିନେଶ୍ ସହ ଏଠାକାର ରହିଥିବା ସମ୍ପର୍କକୁ ଖୋଳତାଳ କରିବ ବୋଲି କୁହାଯାଇଛି । ଏପରିକି ପୋଲିସ ଅଦ୍ୟାବିଧି ଗିରଫ ମାନଙ୍କ ପ୍ରାୟ 5 କୋଟି 29 ଲକ୍ଷ 26ହଜାର 499 ଟଙ୍କା ରହିଥିବା କୁହାଯାଇଛି । ଗିରଫ ପରେ ଏନେଇ ସୂଚନା ଦେଉଛନ୍ତି ବ୍ରହ୍ମପୁର ଏସ୍.ପି ଆସନ୍ତୁ ଶୁଣିବା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.