ETV Bharat / state

କେବେ ହେବ ଋଷିକୂଲ୍ୟା କଂସାରିଗଣ୍ଡ ବ୍ୟାରେଜର ନିର୍ମାଣ?

author img

By

Published : Jul 23, 2019, 9:34 PM IST

ବର୍ଷ ବର୍ଷ ଅପେକ୍ଷା ପରେ ମଧ୍ୟ ନିର୍ମାଣ ହୋଇ ପାରିନାହିଁ ଛତ୍ରପୁର ବ୍ଳକର ଋଷିକୂଲ୍ୟା କଂସାରିଗଣ୍ଡ ଠାରେ ବ୍ୟାରେଜ । 10 ବର୍ଷ ଧରି ଏହି ବ୍ୟାରେଜ ପାଇଁ ଦାବି କରି ଆସିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଚଳିତ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ସ୍ଥାନୀୟ ବିଧାୟକ ଏହି ପ୍ରସଙ୍ଗ ଉଠାଇବା ପରେ ସ୍ଥାନୀୟ ଲୋକଙ୍କ ମନରେ ବ୍ୟାରେଜକୁ ନେଇ ନୂତନ ଆଶା ସଞ୍ଚାର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ଋଷିକୂଲ୍ୟା କଂସାରିଗଣ୍ଡରେ ବ୍ୟାରେଜ ସହ ବ୍ରିଜ ନିର୍ମାଣ ପ୍ରସଙ୍ଗ ନେଇ ଜନସାଧାରଣ ଅନେକ ବାର ଆନ୍ଦୋଳନ କରିଆସିଛନ୍ତି । ଏଭଳି ଦାବିକୁ ଗୁରୁତର ସହ ନିଆଯାଇ ନଥିବା ବେଳେ ଅନେକଥର ମିଳିଥିବା ପ୍ରତିଶ୍ରୁତି କେବଳ ଫାଇଲ ମଧ୍ୟରେ ସୀମିତ ହୋଇ ରହିଯାଇଛି ।

ହେଲେ ଚଳିତ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ସ୍ଥାନୀୟ ବିଧାୟକ ଏହାକୁ ନେଇ ଆଲୋଚନା କରି କଂସାରିଗଣ୍ଡ ବ୍ୟାରେଜ ନିର୍ମାଣ ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ପ୍ରଦାନ କରିଥିଲେ । ସେପଟେ ଜିଲ୍ଲାପ୍ରଶାସନ ଏହାକୁ ଗୁରୁତର ସହ ବିଚାର କରାଯାଉଥିବା କହିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ଏକ ନୂତନ ଆଶା ଜାଗ୍ରତ ହୋଇଛି।

ବର୍ଷର ଅନେକ ସମୟରେ ରଷିକୁଲ୍ୟା ନଦୀ ଶୁଖିବା ଯୋଗୁଁ ନଦୀ ପାର୍ଶ୍ଵରେ ରହିଥିବା ଅନେକ ଗ୍ରାମ ଗୁଡିକରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ ଦେଖିବାକୁ ମିଳିଥାଏ ଜଳ ସମସ୍ୟା । ଏପରିକି ଏହାର ସିଧାସଳଖ ପଭାବ ପଡିଥାଏ ଚାଷ ଜମି ଉପରେ । ଏହି ବ୍ୟାରେଜ ନିର୍ମାଣ ହେବା ଦ୍ବାରା ଛତ୍ରପୁର ସମେତ ବ୍ରହ୍ମପୁର ଏବଂ ଗୋପାଳପୁରର ବିଭିନ୍ନ ଅଞ୍ଚଳର ଜଳସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ଅନେକ ଗ୍ରାମର ଜନସାଧାରଣ ଉପକୃତ ହୋଇପାରିବେ ।

ଏହା ସହ ଚାଷୀଙ୍କ ପାଇଁ ଜଳସେଚନର ସୁବିଧା ହେବ । ବ୍ୟାରେଜ ନିର୍ମାଣ ହେବା ଯୋଗୁଁ ବନ୍ୟାଜଳ ସଠିକ ଭାବେ ପରିଚାଳିତ ହେବା ସହ ଛତ୍ରପୁର, ଗଞ୍ଜାମ ଓ ପୁରୁଷୋତ୍ତମ ପୁର ବ୍ଲକରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ବ୍ରିଜ ନିର୍ମାଣ ଦ୍ୱାରା ଛତ୍ରପୁର ଏବଂ ଗଞ୍ଜାମ ବ୍ଲକକୁ ଗମନାଗମନର ସୁବିଧା ମଧ୍ୟ ହୋଇପାରିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅନ୍ୟପଟେ ଋଷିକୁଲ୍ୟା କଂସାରିଗଣ୍ଡରେ ବ୍ୟାରେଜ୍ ନିର୍ମାଣ ପାଇଁ ୨୦୦୯ ମସିହାରେ ପରିକଳ୍ପନା ଆରମ୍ଭ ହୋଇଥିଲା । ତତ୍କାଳୀନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏହି ପ୍ରସଙ୍ଗକୁ ଗୁରତ୍ଵ ଦେବା ସହ ଜଳସେଚନ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ଦ୍ଵାରା ସ୍ଥାନ ଚୟନ ସହ ମାଟି ପରୀକ୍ଷା କରାଯାଇଥିଲା । ବ୍ୟୟ ଅଟକଳ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । ହେଲେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନଥିଲା । ତେବେ ପୁଣି ଏହି ପ୍ରସ୍ତାବ ଉପରେ ଉଭୟ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ସ୍ତରରେ ଗୁରୁତ୍ବ ଦିଆଯାଇଥିବାରୁ ଜନସଧାରଣଙ୍କ ମନରେ ପୁଣି ଥରେ ଆଶା ଉଜ୍ଜୀବିତ ହେବା ସହ ଏହାକୁ ସ୍ବାଗତ କରାଯାଇଛି।

ଋଷିକୁଲ୍ୟା ନଦୀର କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ ହେଲେ ସାଧାରଣ ଲୋକଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହେବା ସହ କୃଷି ଓ କୃଷକଙ୍କ ଉନ୍ନତି ହୋଇପାରିବ ବୋଲି ଆଶା କରାଯାଉଥିବା ବେଳେ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.