ଗଜପତି: ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଜନ୍ମଗତ ପାଦ ବିକୃତି ଚିହ୍ନଟକରଣ ଓ ଅସ୍ତ୍ରୋପଚାର ଶିବିର ଉଦ୍ଘାଟିତ ହୋଇଯାଇଛି। ଆଜି ଦିନ ୧୦ଟା ବେଳେ ଗଜପତି ଜିଲ୍ଲାପାଳ ଏହି ଶିବିରର ଉଦ୍ଘାଟନ କରିଥିଲେ। ଜାନୁଆରୀ 4ତାରିଖ ଯାଏଁ ଏହା ଚାଲିବ।
ଏହି ଶିବିରରେ ୩୦ରୁ ଊର୍ଦ୍ଧ୍ବ ଶିଶୁଙ୍କ ଜନ୍ମଗତ ବଙ୍କା ପାଦକୁ ଅପରେଶନ ମାଧ୍ୟମରେ ଠିକ କରାଯିବ। ଏସ.ବି.ନିରତାର, ଓଲଟାପୁର, କଟକର କୁଶଳୀ ଡାକ୍ତରୀ ଟିମ୍ ପାରଳାଖେମୁଣ୍ଡି ଠାରେ ଏହି ଅସ୍ତ୍ରୋପଚାର କରିବେ।
ଅସ୍ତ୍ରୋପଚାର ପରେ ପିଲାଙ୍କୁ ତାଙ୍କ ପାଦ ଅନୁସାରେ ଯୋତା ଏସ.ବି.ନିରତାର ମାଧ୍ୟମରେ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରୀକ୍ଷା କେନ୍ଦ୍ର ଜରିଆରେ ଫିଜିଓଥେରାପି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଶିଶୁଙ୍କୁ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡା ହୋଇ ପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରୟାସରେ ହୋଇପାରିଛି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ