ETV Bharat / state

ବିଦ୍ୟୁତ ନୁହେଁ କି କୋଇଲା ନୁହେଁ, ଗ୍ୟାସ ସଂଯୋଗରେ ହେଉଛି ଆଇରନ

କୋଇଲା ନୁହେଁ କି ବିଦ୍ୟୁତ ନୁହେଁ ଏଠି ଗ୍ୟାସରେ ହେଉଛି ଆଇରନ । ଶୁଣିବାକୁ ଅବିଶ୍ବାସ ଲାଗୁଥିଲେ ବି ସତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ସହରରେ । ଅଧିକ ପଢନ୍ତୁ...

ବିଦ୍ୟୁତ ନୁହେଁ କି କୋଇଲା ନୁହେଁ, ଗ୍ୟାସ ସଂଯୋଗରେ ହେଉଛି ଆଇରନ
ବିଦ୍ୟୁତ ନୁହେଁ କି କୋଇଲା ନୁହେଁ, ଗ୍ୟାସ ସଂଯୋଗରେ ହେଉଛି ଆଇରନ
author img

By

Published : Mar 16, 2021, 10:55 AM IST

ଗଜପତି: କୋଇଲା ନୁହେଁ କି ବିଦ୍ୟୁତ ନୁହେଁ ଏଠି ଗ୍ୟାସରେ ହେଉଛି ଆଇରନ । ଶୁଣିବାକୁ ଅବିଶ୍ବାସ ଲାଗୁଥିଲେ ବି ସତ । ଏ ଦୃଶ୍ୟ ହେଉଛି ପାରଳାଖେମୁଣ୍ଡି ସହରର । ଯେଉଁଠି ପାରମ୍ପରିକ କୋଇଲା ଓ ଇଲେକ୍ଟ୍ରିକ ଆଇରନ ବଦଳରେ ଗ୍ୟାସ ଚାଳିତ ଆଇରନ ବ୍ୟବହାରକୁ ଆପଣେଇ ନେଇଛନ୍ତି ଗଜପତି ଜିଲ୍ଲାର ପ୍ରସାଦ ।

ବିଦ୍ୟୁତ ନୁହେଁ କି କୋଇଲା ନୁହେଁ, ଗ୍ୟାସ ସଂଯୋଗରେ ହେଉଛି ଆଇରନ
ଏବେ ବିଦ୍ୟୁତ ଦେୟ ବୃଦ୍ଧି ଏବଂ ଅଙ୍ଗାର ମିଳିବାରେ ଅସୁବିଧା ଯୋଗୁଁ କୋଇଲାରେ ଆଇରନ କରିବା କଷ୍ଟକର ହୋଇପଡୁଛି । ଏଭଳି ସ୍ଥିତିରେ ଗ୍ୟାସ ସାହାଯ୍ୟରେ ଆଇରନ କରିବାକୁ ମନସ୍ଥ କରିଥିଲେ ଷ୍ଟାଡିୟମ୍ ନିକଟରେ ଥିବା ଆଇରନ ଦୋକାନୀ ପ୍ରସାଦ । ପୂର୍ବରୁ ରଜକମାନେ ଅଙ୍ଗାର ସାହାଯ୍ୟରେ ଆଇରନ୍ କରୁଥିବା ବେଳେ ପରବର୍ତ୍ତି ସମୟରେ ବିଦ୍ୟୁତ୍ ଚାଳିତ ଆଇରନ୍ ବକ୍ସ ସାହାଯ୍ୟରେ ଆଇରନ୍ କଲେ । ତେବେ ଦିନକୁ ଦିନ ଅଙ୍ଗାର ମିଳିବା କଷ୍ଟକର ହୋଇପଡିଥିବା ବେଳେ ବିଦ୍ୟୁତ୍ ଦେୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଏଭଳି ସ୍ଥିତିରେ ନିଜର କୌଳିକ ବୃତ୍ତି ଆଇରନ୍ କରି ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡୁଥିଲା । ତେଣୁ ଏହାର ବିକଳ୍ପ ଭାବେ ଏବେ ସେ ଗ୍ୟାସ୍ ସାହାଯ୍ୟରେ ଆଇରନ୍ କରିବା ଆରମ୍ଭ କରିଛନ୍ତି । ସେପଟେ ଏହାଦ୍ବାରା ପରିବେଶ ପ୍ରଦୂଷଣ ରୋକାଯାଇପାରିବା ସହ ପୂର୍ବ ଅପେକ୍ଷା କମ ସମୟରେ ଅଧିକ ଆଇରନ ହୋଇପାରୁଥିବା କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଗ୍ରାହକ ସନ୍ତୁଷ୍ଟି ସହ ନିଜେ ମଧ୍ୟ କିଛି ଅଧିକ ରୋଜଗାର କରୁଥିବା କହିଛନ୍ତି ପ୍ରସାଦ ।ପ୍ରସାଦଙ୍କ ଏଭଳି ନିଆରା କାର୍ଯ୍ୟକୁ ସାଧାରଣ ଲୋକେ ବେଶ୍ ପ୍ରସଂଶା କରିବା ସହ ଏହାଦ୍ବାରା ଶୀଘ୍ର ଆଇରନ୍ ହୋଇପାରୁଥିବା କହିଛନ୍ତି । ପରିବେଶ ସୁରକ୍ଷା ପାଇଁ ଗ୍ୟାସ ବ୍ୟବହାରକୁ ସରକାର ଗୁରୁତ୍ବ ଦେଉଥିବା ବେଳେ ପ୍ରସାଦଙ୍କ ଭଳି ଜଣେ ରଜକ ସଂପ୍ରଦାୟର ବ୍ୟକ୍ତି ଜୀବିକା ପାଇଁ ଗ୍ୟାସ ବ୍ୟବହାର , ନିଶ୍ଚିତ ଭାବେ ସରକାରୀ ଯୋଜନାର ସଫଳତା ବୋଲି କୁହାଯାଇପାରେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.