ଢେଙ୍କାନାଳ: କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜର ବାହାଡାପାଳ ଅଞ୍ଚଳରେ ଅଚାନକ ବନ ବିଭାଗର ଚଢାଉ । ଏକ ଚୋରା ମାଙ୍କଡା ପଥର ଖାଦାନ ଉପରେ ଚଢାଉ କରି ପଥର ବୋଝେଇ ୨ଟି ଟ୍ରାକ୍ଟର ଓ ଗୋଟିଏ ମିନିଟ୍ରକ ଜବତ କରିଛି ବନ ବିଭାଗ ।
ଏହି ଚଢାଉ ବେଳେ ଘଟଣାସ୍ଥଳରୁ ଡ୍ରାଇଭରମାନେ ଗାଡି ଛାଡି ଫେରାର ହୋଇଯାଇଛନ୍ତି । ଏ ଅଞ୍ଚଳରେ ଦୀର୍ଘବର୍ଷ ହେବ ବେଆଇନ ଭାବେ ମାଙ୍କଡା ପଥର କଟା ହେଉଥିବର ଅଭାଯୋଗ ହୋଇ ଆସୁଥିଲା । ବିଶେଷ ସୁତ୍ରରୁ ଖବର ପାଇ ବନବିଭାଗ ଓ ଜିଲ୍ଲା ମୋବାଇଲ ସ୍କ୍ବାର୍ଡ ମିଳିତ ଭାବେ ଏହି ଚଢାଉ କରିଥିଲେ ।
ଢେଙ୍କାନାରୁ ଉର୍ମିଳା ପାତ୍ର, ଇଟିଭି ଭାରତ