ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳମଗ୍ନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିନ୍ନ ଅଞ୍ଚଳ । ଫଳରେ ଭୁବନ ବ୍ଲକର ଦୁଇଟି ଗ୍ରାମ ଯଥା- ଜୟପୁର ଓ ଦଧିସିଙ୍ଗା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏପଟେ ଏକତାଳୀ, ନିମେଇପୁର,ଜୟପୁର , ଚନ୍ଦାର ଭାୟା ଭୁବନ ରାସ୍ତାରେ ଚାରି ଫୁଟର ପାଣି । ଯାତାୟତ ଠପ ହୋଇଯାଇଥିବା ବେଳେ ହଜାର ହଜାର ଧାନ ଜମି ଏବେ ଜଳମଗ୍ନ ।
ଏହାସହ ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ୩୦ ପରିବାର ଜଳବନ୍ଦୀ ଥିବାବେଳେ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମର ୪ଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ବନ୍ୟା ପୀଡିତ ଅଞ୍ଚଳରେ ପହଞ୍ଚି ପାରିନାହିଁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ