ETV Bharat / state

ଗ୍ରାହକ ବେଶରେ ହନୁମାନ ପଇସା ରାକେଟ କାବୁ କଲା ପୋଲିସ

ହନୁମାନ ପଇସାର ଅବାଧ କାରବାର ଅଭିଯୋଗରେ ଦେବଗଡ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡ ୩ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ହନୁମାନ ପଇସା, ୩ଟି ମୋବାଇଲ ଫୋନ ଓ ନଗଦ ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି । ଅଧିକ ପଢନ୍ତୁ...

ଗ୍ରାହକ ବେଶରେ ହନୁମାନ ପଇସା ରାକେଟ କାବୁ କଲା ପୋଲିସ
ଗ୍ରାହକ ବେଶରେ ହନୁମାନ ପଇସା ରାକେଟ କାବୁ କଲା ପୋଲିସ
author img

By

Published : Aug 5, 2021, 7:37 AM IST

ଦେବଗଡ: ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ବାର୍ଡରକୁ ସଫଳତା । ହନୁମାନ ପଇସାର ଅବାଧ କାରବାର ଅଭିଯୋଗରେ ଦେବଗଡ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡ ୩ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨ଟି ହନୁମାନ ପଇସା, ୩ଟି ମୋବାଇଲ ଫୋନ ଓ ନଗଦ ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।

ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବେଆଇନ ହନୁମାନ ପଇସାର କାରବାର ଚାଲୁଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ବାର୍ଡ ସଜାଗ ରହିଥିଲେ। ସ୍ପେଶାଲ ସ୍କ୍ବାର୍ଡ ନେତୃତ୍ବ ନେଇଥିବା ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଏହି ଚାଲାଣକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ହନୁମାନ ପଇସା ବେପାର କରୁଥିବା ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗ୍ରାମର ନରହରି ରାଉତିଆ(୪୯), ରେଙ୍ଗାଳକାନୀ ଗ୍ରାମର ପ୍ୟାରୀମୋହନ ପ୍ରଧାନ(୪୩) ଓ ରିଆମାଳ ଥାନା ଅନ୍ତର୍ଗତ ଅର୍ଗାନ ଗ୍ରାମର ଉପେନ୍ଦ୍ର ମାଝୀ (୫୮)ଙ୍କ ସହ ଯୋଗାଯୋଗ କରି ଗ୍ରାହକ ବେଶରେ ଗୋହିରା ଡ୍ୟାମ ନିକଟ ରାସ୍ତାରେ ଛକି ରହିଥିଲା ସ୍ପେଶାଲ ସ୍କ୍ବାର୍ଡ।

ଯୋଜନା ଅନୁଯାୟୀ ଉକ୍ତ ବେପାରୀ ଉକ୍ତ ସ୍ଥାନରେ ପହଞ୍ଚି ହନୁମାନ ପଇସା ବାହାର କରି ଏହାର ବିଶେଷତ୍ବକୁ ପରୀକ୍ଷା କରି ଦେଖାଇବା ସହ ଏଗୁଡିକୁ ଟଙ୍କା ବଦଳରେ ହସ୍ତାନ୍ତର କରିବା ବେଳେ ସାଦା ପୋଷାକରେ ଥିବା ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟମାନେ ଚାଲାଣକାରୀଙ୍କୁ କାବୁ କରିଥିଲେ । ସେଠାରୁ ସେମାନଙ୍କୁ ଦେବଗଡ଼ ଥାନାକୁ ନିଆଯାଇଛି । ଅଧିକ ପଚରାଉଚରା ପରେ ସେମାନଙ୍କ ଠାରୁ ଦୁଇଟି ହନୁମାନ ପଇସା, ନଗଦ ଏକ ଲକ୍ଷ ଟଙ୍କା, ୨ଟି ବାଇକ ଓ ମୋବାଇଲ ଫୋନ ଜବତ କରିବା ସହ ଆଣ୍ଟିକ୍ୟୁଟି ଏବଂ କଳା ସଂରକ୍ଷଣ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.