ETV Bharat / state

ଦେବଗଡରେ ପରିସ୍ଥିତି ନିୟନ୍ତ୍ରଣାଧୀନ: ନୂଆ 4 ପଜିଟିଭ, 61 ସୁସ୍ଥ - ଦେବଗଡରେ ନୂଆ 4 କୋରୋନା ପଜିଟିଭ

ଦେବଗଡରେ ଶୁକ୍ରବାର 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ କେଲଡା କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ଦେବଗଡରେ ପରିସ୍ଥିତି ନିୟନ୍ତ୍ରଣାଧୀନ: ନୂଆ 4 ପଜିଟିଭ, 61 ସୁସ୍ଥ

author img

By

Published : Jul 10, 2020, 5:51 PM IST

ଦେବଗଡ: ଜିଲ୍ଲାରେ କୋରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । କେବଳ 5ଟି ସକ୍ରିୟ କେସ ରହିଛି । ବାକି ସମସ୍ତେ ସୁସ୍ଥ ହୋଇସାରିଥିବା ଜଣାପଡିଛି । ଏନେଇ ଆଶ୍ବସ୍ତି ପ୍ରକାଶ କରିଛନ୍ତି ଜିଲ୍ଲାବାସୀ ।

corona cases in Deogarh under control as 61 patient recovered
ଦେବଗଡରେ ପରିସ୍ଥିତି ନିୟନ୍ତ୍ରଣାଧୀନ: ନୂଆ 4 ପଜିଟିଭ, 61 ସୁସ୍ଥ

ସାରା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦେବଗଡରେ ଶୁକ୍ରବାର 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ କେଲଡା କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିବା ସୂଚନା ରହିଛି । ସେ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି ।

ସେହିପରି ଅନ୍ୟ ତିନି ଜଣ ବାରକୋଟ ବ୍ଲକ ବମ୍ପରଡାସ୍ଥିତ ଚତୁର୍ଥ ବାଟାଲିୟନର ଯବାନ । ସେମାନେ ଗଞ୍ଜାମକୁ ଡ୍ୟୁଟିରେ ଯାଇ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି ।

ଏବେ ସୁଦ୍ଧା ଜିଲ୍ଲାରେ ମୋଟ 66 ଜଣ କୋରୋନା ପଜିଟିଭ ବାହାରିଛନ୍ତି । ସେଥିମଧ୍ୟରୁ 61 ଜଣ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଘରକୁ ଫେରିଛନ୍ତି । କେବଳ 5 ଜଣ ଚିକିତ୍ସିତ ହେଉଥିବା ସୂଚନା ରହିଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.