ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା 8 ଘର, ସହାୟତା ଅପେକ୍ଷାରେ ଗ୍ରାମବାସୀ - ଦେଓଗଡରେ ଲଗାଣ ବର୍ଷାରେ ଭାଙ୍ଗିଲା 8 ଘର

ଲଗାଣ ବର୍ଷାରେ ଦେଓଗଡ ରିଆମାଳ ବ୍ଲକ ଅନ୍ତର୍ଗତ ହରିହରପୁର ଗାଁରେ 8 ଟି ଘର ଭାଙ୍ଗିଯାଇ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଲଗାଣ ବର୍ଷାରେ ଭାଙ୍ଗିଲା 8 ଘର, ସହାୟତା ଅପେକ୍ଷାରେ ଗ୍ରାମବାସୀ

author img

By

Published : Aug 29, 2020, 7:15 PM IST

ଦେବଗଡ: ଲଗାଣ ବର୍ଷାରେ ରିଆମାଳ ବ୍ଲକ ଅନ୍ତର୍ଗତ ହରିହରପୁର ଗାଁରେ 8ଟି ଘର ଭାଙ୍ଗିଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତ କିଛି ଦିନ ଧରି ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିବାବେଳେ ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତର ହରିହରପୁର ଗାଁରେ ଗତ ଗୁରୁବାର ରାତିରେ ହିଂଜୁଳି ନଦୀ କୁଳଲଙ୍ଘି ଗାଁ ଭିତରକୁ ମାଡ଼ି ଆସିଥିଲା । ଫଳରେ ଗାଁର ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ 7ଟି ଘର ଆଂଶିକ ଭାଙ୍ଗି ଯାଇଛି ।

ଲଗାଣ ବର୍ଷାରେ ଭାଙ୍ଗିଲା 8 ଘର, ସହାୟତା ଅପେକ୍ଷାରେ ଗ୍ରାମବାସୀ

ଏଥିରେ କେହି ଆହତ ହୋଇନାହାଁନ୍ତି । ତେବେ ଗାଁରେ ଅଧିକାଂଶ ଗରିବ ଶ୍ରେଣୀ ଲୋକେ ବସବାସ କରୁଥିବାବେଳେ ଘର ଗୁଡିକ ଭାଙ୍ଗି ଯାଇଥିବାରୁ ବର୍ଷା ଋତୁରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଯୋଗୁଁ ବାସଗୃହ ହରାଇଥିବା ଗରିବ ପରିବାରଙ୍କ କ୍ଷୟକ୍ଷତିର ସଠିକ ଆକଳନ କରି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.