ETV Bharat / state

ସଞ୍ଚୟ ପାଇଁ ସଚେତନ କରାଉଛି କଟକ ଜିଲ୍ଲା ପ୍ରଶାସନ

ସଞ୍ଚୟ କର ବାର୍ତ୍ତା ନେଇ କଟକରେ ଉଦଘାଟିତ ହୋଇଯାଇଛି ସଞ୍ଚୟ ରଥ । ଯାହାକୁ ସବୁଜପତାକା ଦେଖାଇ କଟକ ଜିଲ୍ଲାପାଳ ଉଦଘାଟନ କରିଛନ୍ତି ।

ଲୋକଙ୍କୁ ସଞ୍ଚୟ କରିବାକୁ ସଚେତନ କରାଉଛି କଟକ ଜିଲ୍ଲା ପ୍ରଶାସନ

author img

By

Published : Oct 30, 2020, 1:43 PM IST

କଟକ: ଆଜି ହେଉଛି ବିଶ୍ୱ ମିତବ୍ୟୟିତା ଦିବସ । ଏହି ଦିବସରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ନିଆରା ପ୍ରୟାସ କରିଛି କଟକ ଜିଲ୍ଲା ପ୍ରଶାସନ। ସଞ୍ଚୟ କର ଏହି ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ରଥ କରାଯାଇଛି।

ଲୋକଙ୍କୁ ସଞ୍ଚୟ କରିବାକୁ ସଚେତନ କରାଉଛି କଟକ ଜିଲ୍ଲା ପ୍ରଶାସନ

ଏହି ରଥର ନାମ ସଞ୍ଚୟ ରଥ ରଖାଯାଇଛି । ଏହି ରଥ ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରାଇବ। ବିଶେଷକରି କୋରୋନା ସମୟରେ ଲୋକମାନେ କିପରି ବଦ୍‌ ଖର୍ଚ୍ଚରୁ ଦୂରେଇ ରହିବେ। ସଞ୍ଚୟ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଏହି ଡ଼ାକବାଜି ଯନ୍ତ୍ର ,ଲିଫଲେଟ ଆଦି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ। ସବୁଜ ପତାକା ଦେଖାଇ କଟକ ଜିଲ୍ଲାପାଳ ଏହାକୁ ଉଦଘାଟନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.