ETV Bharat / state

ମତଦାନ ପରେ ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେଙ୍କ  ପ୍ରତିକ୍ରିୟା

ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ସରି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୬୧% ମତଦାନ ହୋଇଥିବା ସିଇଓଙ୍କ ସୂଚନା ରହିଛି । କଟକ-ବାରବାଟୀ ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେ ଭୋଟ ଦେଇଛନ୍ତି । ମତଦାନ ପରେ ନିଜ ପ୍ରତିକ୍ରିୟାରେ ସେ ଓଡିଶାରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 23, 2019, 8:12 PM IST

କଟକ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଖାପାଖି ସରିଛି । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୬୧% ମତଦାନ ହୋଇଥିବା ସିଇଓଙ୍କ ସୂଚନା ରହିଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ସରି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ହେଭିୱେଟଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ବିଧାୟକ ପ୍ରାର୍ଥୀ ନିଜନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଏହି କ୍ରମରେ କଟକ-ବାରବାଟୀ ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେ ଭୋଟ ଦେଇଛନ୍ତି । ମତଦାନ ପରେ ନିଜ ପ୍ରତିକ୍ରିୟାରେ ସେ ଓଡିଶାରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସମୀର ଦେ, ବିଭିନ୍ନ ସ୍ଥାନରେ ଇଭିଏମ୍‌ ତ୍ରୁଟି କଥା ମଧ୍ୟ ଉଠାଇଛନ୍ତି । ଏହାସହ ଓଡିଶାରେ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି । ଡବଲ ଇଞ୍ଜିନ କଥା କହିବା ସହ ଓଡିଶାରେ ବିଜେପି ହାୱା ବହୁଥିବା ଆଭାସ ମିଳୁଛି ବୋଲି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.