କଟକ: ବହୁ ଚର୍ଚ୍ଚିତ ଶୁଭ୍ରାଂଶୁ ମର୍ଡର ମିଷ୍ଟ୍ରିର ହେଲା ପର୍ଦ୍ଦାଫାଶ । କମିଶନରେଟ ପୋଲିସ ହାତରେ ଧରାପଡିଲେ 4 ଅଭିଯୁକ୍ତ । ଦୀର୍ଘ 1 ମାସରୁ ଊର୍ଦ୍ଧ୍ଵ ସମୟ ପରେ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା ।
ସୂଚନା ମୁତାବକ, ଶୁଭ୍ରାଂଶୁ ତାଙ୍କ ମାଆଙ୍କ ଚିକିତ୍ସା ପାଇଁ କଟକ ଆସିଥିଲେ । ହେଲେ ଆଉ ନିଜ ଘର କେନ୍ଦ୍ରାପଡାକୁ ଫେରି ପାରି ନଥିଲେ । ତେବେ ତାଙ୍କୁ ସ୍ଥାନୀୟ ଯୁବକ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନିରାକାର ଗୁରୁ, ଗଣେଶ ନାୟକ, କିଶନ ନାୟକ ଓ ଶିବ ପ୍ରସାଦ ସାହୁ ।
ତେବେ ଗତ ଜୁଲାଇ 1 ତାରିଖରେ କଟକ ଲିଙ୍କ୍ ରୋଡ଼ ଓଏସଏଲ ଅଫିସ ନିକଟରେ ଥିବା ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିଲା ଶୁଭ୍ରାଂଶୁ ଶତପଥୀଙ୍କ ମୃତଦେହ । ଗିରଫ ସମୟରେ ଅଭିଯୁକ୍ତଙ୍କ ଠାରୁ ରକ୍ତ ଭିଜା ଛୁରୀ, କିଛି ତୀକ୍ଷ୍ମ ପଥର, ଏକ ଅଟୋ ରିକ୍ସା ଜବତ କରିଛି କମିଶନରେଟ ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ