କଟକ: କରୋନା ପାଇଁ ଖାଁ ଖାଁ କଟକ ରେଳ ଷ୍ଟେସନ । ପ୍ରତିଦିନ ଯେଉଁଭଳି ଭାବରେ ଟ୍ରେନ ଯାତ୍ରୀଙ୍କ ଭିଡ଼ କଟକ ରେଳ ଷ୍ଟେସନରେ ପରିଲକ୍ଷିତ ହୋଇଥାଏ କରୋନା ଭୟରେ ତାହା ଏବେ ଆଉ ଦୃଷ୍ଟି ଗୋଚର ହେଉନାହିଁ । ଶୁନଶାନ୍ ଲାଗୁଛି ଷ୍ଟେସନ ଭିତର । ସମାନ ସ୍ଥିତି ଷ୍ଟେସନ ବାହାର ମଧ୍ୟରେ ପରିଲକ୍ଷିତ ହେଉଛି । ଏଭଳି ସ୍ଥିତିରୁ ସ୍ପଷ୍ଟ ହେଉଛି ଯେ ଯୋଗାଯୋଗ ଗମନାଗମନ ଦିଗରେ କରୋନାର ପ୍ରଭାବ ପଡିଛି ।
ସେପଟେ ଯାତ୍ରୀଙ୍କ କହିବାନୁଯାୟୀ ଯଦି ମାସ୍କ ଦିଗରେ ରାଜ୍ୟ ସରକାର ଟିକେ ଚିନ୍ତା ପ୍ରକଟ କରନ୍ତେ ତେବେ ଆହୁରି କରୋନାକୁ ସଫଳ ମୁକାବିଲା କରାଯାଇପାରନ୍ତା । ଏତତବ୍ୟତୀତ ଓଡିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତାକୁ ନେଇ ଏବେ ସମସ୍ତଙ୍କ ମନରେ ଭୟରେ ପଶିଯାଇଛି । କିନ୍ତୁ ନିଜେ ସଚେତନ ରହି ଅନ୍ୟକୁ ସଚେତନା ବାର୍ତ୍ତା ବାଣ୍ଟିଲେ ଏହି ବ୍ୟାଧିକୁ ପରାଜୟ କରିପାରିବା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ତେବେ କରୋନାକୁ ପରାଜୟ କରିବା ପାଇଁ ନିଜେ ଦୃଢ଼ ରହିବା ସହ ସଚେତନ ରହିବା ଆବଶ୍ୟକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ