ETV Bharat / state

କଟକରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : Apr 30, 2023, 4:09 PM IST

କଟକରେ କାର୍ଯ୍ୟକାରୀ କରୁଥିବା ଉନ୍ନୟନ ମୂଳକ କାମ ଏବଂ କାମ ପାଇଁ ବ୍ୟବହାର ହେଉଥିବା ସ୍ଥାନକୁ ପରିଦର୍ଶନ କଲେ ଶାସନ ସଚିବ । ଅଧିକ ପଢ଼ନ୍ତୁ

କଟକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

କଟକ: ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସିଡିଏ ଅଧ୍ୟକ୍ଷ, ଜିଲ୍ଲାପାଳ, ସିଏମସି କମିଶନର ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ କଲେ ଆଲୋଚନା । କଟକରେ କାର୍ଯ୍ୟକାରୀ କରୁଥିବା ଉନ୍ନୟନମୂଳକ କାମ ଏବଂ କାମ ପାଇଁ ବ୍ୟବହାର ହେଉଥିବା ସ୍ଥାନକୁ ପରିଦର୍ଶନ କରିଛନ୍ତି ସଚିବ । ଏହାସହ ଲୋକଙ୍କୁ ଥଇଥାନ କରିବା ପାଇଁ କିପରି ବ୍ୟବସ୍ଥା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।

ତେବେ ତାଳଦଣ୍ଡା କେନାଲ, ଉଭୟ ପାର୍ଶ୍ବର ରାସ୍ତା, ମାଛ ମାର୍କେଟ ସ୍ଥାନାନ୍ତର ଓ ଦୁଇଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଥିବା ବିଦ୍ୟୁତ ଗ୍ରୀଡ୍‌ ସଂପର୍କରେ ଗୁରୁତ୍ବାରୋପ କରାଯାଇଛି । ସ୍ଥାନୀୟ ସର୍କିଟ ହାଉସରେ ଏକ ଘଣ୍ଟାର ସମୀକ୍ଷା କରିଥିଲେ । ଏଥି ସହିତ ଏ ଅଂଚଳରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଥିବା ଦୁଇଟି ବିଦ୍ୟୁତ ଗ୍ରୀଡର ସ୍ଥାନ ଓ ମାଛ ମାର୍କେଟ ସ୍ଥାନାନ୍ତର ପାଇଁ ମଧ୍ୟ ଚିହ୍ନଟ ସ୍ଥାନ ବୁଲି ଦେଖିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, "ମୁଖ୍ୟମନ୍ତ୍ରୀ କଟକକୁ ସୁନ୍ଦର କରି ଗଢି ତୋଳି ବାକୁ ଯେଉଁ ପରିକଳ୍ପନା କରିଛନ୍ତି । ତାହା ଏହି ସବୁ ପ୍ରକଳ୍ପ ଦ୍ବାରା ସଂପୂର୍ଣ୍ଣ ହେବ । ଏସସିବି କାମ ଯେଉଁ ଭଳି ଚାଲିଛି ଓ କଟକ ଭିତରେ ବକ୍ସ ନାଳ କାମ ମଧ୍ୟ ଯେଉଁଭଳି ଦୃତ ଗତିରେ ହେଉଛି । ଏହି ଭଳି ଅନେକ ନୂଆ ପ୍ରକଳ୍ପ କଟକରୁ କେବଳ ସୁନ୍ଦର କରି ଗଢି ତୋଳିବ ତାହା ନୁହେଁ ବରଂ ଲୋକଙ୍କୁ ମୁକ୍ତ ଭାବେ ଚଳପ୍ରଚଳ ହେବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବ । ଆଉ କିଛି ଦିନ ମଧ୍ୟରେ ପର୍ଯ୍ୟଟନର କେନ୍ଦ୍ର ବିନ୍ଦୁ ପାଲଟିବ କଟକର ତାଳଦଣ୍ଡା କେନାଲ । କେନାଲ ପାର୍ଶ୍ଵରେ ଖୋଲିବ ସ୍ୱତନ୍ତ୍ର ପାର୍କ ଓ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟର ମଜା ନେବେ ପର୍ଯ୍ୟଟକ । ଏହା ସାଙ୍ଗକୁ ପାଣିରେ ଭଳି କି ଭଳି ବୋଟ ଭ୍ରମଣର ମଜା ନେବେ ଦର୍ଶକ ।"

ତେବେ ଏହି ତମାମ ଯୋଜନାର କାର୍ଯ୍ୟ ତ୍ୱରିତ ଢଙ୍ଗରେ ସମ୍ପାଦିତ କରୁଛି OTDC । ଏନେଇ ପୂର୍ବରୁ ଓଟିଡିସି ନିର୍ଦ୍ଦେଶକ ସଚିନ ଯାଦବ ତାଳଦଣ୍ଡା କେନାଲ ଗସ୍ତ କରି ଏହି ତମାମ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । କାର୍ଯ୍ୟର ମାନ ପରଖିବା ସହ ଏହି ଯୋଜନାକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପର୍ଯ୍ୟଟନସ୍ଥଳରେ ରହିବ ବିଭିନ୍ନ ମନୋରମ ଦୃଶ୍ୟ । ଯେପରି ଦେଶ ବିଦେଶର ଫୁଲ, ଫୁଡ୍‌ କୋର୍ଟ, ବିଶ୍ରାମ ସ୍ଥଳ, ଏପରିକି ଜିମର ମଧ୍ୟ ବ୍ୟବସ୍ଥା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.