ETV Bharat / state

ଦାରିଦ୍ର୍ୟତା ପାଇଁ ମରିଗଲା ମମତା: 50 ହଜାରରେ ଶିଶୁକନ୍ୟା ବିକ୍ରି ଅଭିଯୋଗ

ସିଲଭର ସିଟିରେ ଶିଶୁ ବିକ୍ରି ଅଭିଯୋଗ । 50 ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଦାରିଦ୍ର୍ୟତା ପାଇଁ ମରିଗଲା ମମତା
ଦାରିଦ୍ର୍ୟତା ପାଇଁ ମରିଗଲା ମମତା
author img

By

Published : Jan 28, 2021, 8:53 AM IST

କଟକ: ସିଲଭର ସିଟିରେ ଶିଶୁ ବିକ୍ରି ଅଭିଯୋଗ । ଦାରିଦ୍ର୍ୟତା ଆଗରେ ହାରିଯାଇଛି ମାଆର ମମତା । ଜଣେ ଦମ୍ପତି ନିଜ ଜନ୍ମିତ ଶିଶୁକନ୍ୟାକୁ 50ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କଟକ ମର୍କତ ଥାନା କାଠଯୋଡି ବିହାର ବସ୍ତି ଅଞ୍ଚଳରେ ।

ଦାରିଦ୍ର୍ୟତା ପାଇଁ ମରିଗଲା ମମତା

ସୂଚନାଅନୁସାରେ, ମାର୍କତ ଅଞ୍ଚଳ ଏକ ବସ୍ତିରେ ରହୁଥିବା ଜଣେ ଦମ୍ପତି ନିଜର ଦୁଇ ମାସର ଶିଶୁକନ୍ୟାକୁ 50 ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି । ଖବରପାଇ ଚାଇଲ୍ଡ ଲାଇନ ପୋଲିସ ସହାୟତାରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏହା ସହିତ ପୋଲିସ ଶିଶୁକନ୍ୟାର ବାପା ମାଆ ସହିତ ଶିଶୁକୁ ବିକ୍ରି କରାଯାଉଥିବା ଦମ୍ପତିଙ୍କୁ ଥାନାରେ ଅଟକ ରଖିଛି । ତେବେ ଶିଶୁକନ୍ୟାକୁ କିଣି ଥିବା ବ୍ୟକ୍ତି ଜଣକ ଜଣେ ମେଡିକାଲ କତ୍ତୃପକ୍ଷ ବୋଲି ଜଣାପଡିଛି ।

ଘଟଣା ବିଷୟରେ ଶିଶୁଟିର ମାଆକୁ ପଚାରିଲା ପରେ ସେ ଗରିବୀ ପାଇଁ ପିଲାର ଠିକ ଲାଳନପାଳନ କରିପାରୁନଥିବା କହିଛନ୍ତି । ତେଣୁ ପିଲାର ଲାଳନପାଳନ ପାଇଁ ସେ ଜଣେ ବ୍ୟକ୍ତିଙ୍କୁ ପାଳିବାକୁ ଦେଇଥିଲେ । ପିଲାକୁ ବିକ୍ରି କରି ନାହାଁନ୍ତି ବୋଲି କହିଛନ୍ତି ଶିଶୁଟିର ମାଆ । ଶିଶୁ ଓ ତାର ମାଆକୁ ଚାଇଲ୍ଡ ଲାଇନକୁ ନିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.