ETV Bharat / state

ଆଦର୍ଶ ପୋଲିଂ ବୁଥ: ଶୋଷ ଲାଗିଲେ ଗ୍ଲୁକୋଜ, ଥକି ଗଲେ ମଞ୍ଚ

ଭୁବନେଶ୍ବର ୟୁନିଟ୍ ୬ ହାଇସ୍କୁଲ ଆଦର୍ଶ ମତଦାନ କେନ୍ଦ୍ରରେ ନିଆରା ଦୃଶ୍ୟ । ଭୋଟରଙ୍କୁ ଗୋଲାପ ଫୁଲ ଓ ପିଇବାକୁ ଗ୍ଲୁକୋଜ ପାଣି ଦିଆଯାଇ ସ୍ବାଗତ କରାଯାଉଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 23, 2019, 5:27 PM IST

ଭୁବନେଶ୍ବର: ମତଦାନ କେନ୍ଦ୍ରକୁ ଯୁବା ପୂର୍ବରୁ ମିଳୁଛି ପ୍ରୋତ୍ସାହନ ସ୍ବରୂପ ଗୋଲାପ ଫୁଲ । ପୁଣି ଧାଡିରେ ଠିଆ ହେଲା ବେଳେ ଶୋଷ ହେଲେ ଗ୍ଲୁକୋଜ ପାଣି । ତାତି ଦାଉରୁ ରକ୍ଷା ପାଇବାକୁ ବିଶେଷ ବ୍ୟବସ୍ଥା । ଥକା ଲାଗିଲେ ବସିବାକୁ ରହିଛି ସ୍ବତନ୍ତ୍ର ମଞ୍ଚ । ଏ ହେଉଛି ଭୁବନେଶ୍ବର ୟୁନିଟ୍ ୬ ହାଇସ୍କୁଲ ଆଦର୍ଶ ମତଦାନ କେନ୍ଦ୍ରର ଦୃଶ୍ୟ ।

ସୌଜନ୍ୟ- ଭିଡିଓ ସମ୍ବାଦଦାତା, ଭୁବନେଶ୍ବର

ଏହି ମତଦାନ କେନ୍ଦ୍ରରେ ମାରୱାଡ଼ି ସୋସାଇଟି ପକ୍ଷରୁ ୟୁନିଟ୍ ୬ ହାଇସ୍କୁଲରେ ଏକ ଭିନ୍ନ ଢ଼ଙ୍ଗରେ ଭୋଟରଙ୍କୁ ସ୍ବାଗତ କରାଯାଇଛି। ଭୁବନେଶ୍ୱରରେ ଆଦର୍ଶ କେନ୍ଦ୍ର ୨୭ଟି ରହିଥିବା ବେଳେ ସେଥିମଧ୍ୟରୁ ଅନ୍ୟତମ ଏହି କେନ୍ଦ୍ର । ଏଠି ଭୋଟ ଦେବା ଲଗି ଆସୁଥିବା ସମସ୍ତ ଭୋଟରଙ୍କୁ ଗୋଲାପ ଫୁଲ, ପାଣି ଓ ଗ୍ଲୁକୋଜ ପାଣି ଦିଆଯାଉଥିବା ନଜର ଆସୁଛି । ଭୋଟରଙ୍କୁ ପ୍ରବଳ ଖରା ଦାଉରୁ ସୁରକ୍ଷିତ ରହିବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ଏଥିପାଇଁ ଏଠାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ସ୍ବୋଚ୍ଛାସେବୀ ନିଯୋଜିତ ହୋଇଛନ୍ତି ।

ଏହି ଭୋଟ କେନ୍ଦ୍ର ଗୁଡିକୁ ତଦାରଖ କରୁଥିବା ପ୍ରିୟଦର୍ଶିନୀ ମଲ୍ଲିକ କହିଛନ୍ତି, ଭୋଟ ଦେବା ପ୍ରତ୍ୟେକ ନାଗରିକଙ୍କ ଅଧିକାର । ଏଣୁ ଏହି ଆଦର୍ଶ କେନ୍ଦ୍ରରେ ଶୃଙ୍ଖଳିତ ଭାବେ ଭୋଟ ସାରିବକୁ ଏହି ସବୁ ବନ୍ଦୋବସ୍ତ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

Intro:Body:

dfdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.