ETV Bharat / state

ବିଜେପୁର ଛାଡ଼ିଲେ ନବୀନ

ବିଜେପୁର ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପୁଳ ପରିମାଣରେ ଜନ ସମର୍ଥନ ମିଳିଥିବାରୁ ବିଜେପୁରବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ନବୀନ ।

ଫାଇଲ ଫଟୋ
author img

By

Published : Jun 2, 2019, 7:13 PM IST

Updated : Jun 2, 2019, 11:16 PM IST

ଭୁବନେଶ୍ବର: ବିଜେପୁର ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ନବୀନ । ବିଜେପୁରବାସୀଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ସେ ।

ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019 ସାଧାରଣ ନିର୍ବାଚନରେ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ଲଢିଥିଲେ । ତେବେ ଉଭୟ ଆସନରୁ ସେ ବିପୁଳ ଜନସମର୍ଥନ ପାଇ ବିଜୟ ଲାଭ କରିଥିଲେ । ନିୟମ ଅନୁଯାୟୀ ବିଜୟୀ ଦଳ ସରକାର ଗଢିବା ପରେ ଯଦି କୌଣସି ବିଧାୟକ ଦୁଇଟି ଆସନରୁ ଛିଡ଼ା ହୋଇଥାନ୍ତି, ତେବେ ସେ ଗୋଟିଏ ଆସନରୁ ସରକାର ଗଠନ ହେବାର 14 ଦିନ ଭିତରେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପ୍ରଦାନ କରିବେ । ଏହି ଆଧାରରେ ନବୀନ ଆଜି ବିଜେପୁର ଆସନରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢିଥିଲେ । ହିଞ୍ଜିଳିରୁ 60 ହଜାରରୁ ଅଧିକ ଭୋଟରେ ଜିତିଥିବା ବେଳେ ବିଜେପୁରରୁ 54 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ଲାଭ କରିଥିଲେ । ତେବେ ବିଜେପୁର ଆସନ ପାଇଁ ଉପ ନିର୍ବାଚନ ହେବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Intro:Body:

sdfsdf

Conclusion:
Last Updated : Jun 2, 2019, 11:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.