ETV Bharat / state

4 ଜିଲ୍ଲାରେ ପୁଣି ବର୍ଷା

ବାତ୍ୟା ‘ଫନି’ର ପ୍ରଭାବରେ ଏକପ୍ରକାର ଭାଙ୍ଗି ପଡିଛି ରାଜ୍ୟର ମେରୁଦଣ୍ଡ । ଏପରି ସ୍ଥିତିରେ କେତେକ ସ୍ଥାନରେ ବାତ୍ୟା ଜନିତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜ୍ୟର କେତେକ ସ୍ଥାନରେ ପୁଣି ବର୍ଷା ସହ ଧୂଳିଝଡ ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଫାଇଲ ଫଟୋ
author img

By

Published : May 5, 2019, 10:16 PM IST

ଭୁବନେଶ୍ବର: ବାତ୍ୟା ‘ଫନି’ର ପ୍ରଭାବରେ ଏକପ୍ରକାର ଭାଙ୍ଗି ପଡିଛି ରାଜ୍ୟର ମେରୁଦଣ୍ଡ । ଏପରି ସ୍ଥିତିରେ କେତେକ ସ୍ଥାନରେ ବାତ୍ୟା ଜନିତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜ୍ୟର କେତେକ ସ୍ଥାନରେ ପୁଣି ବର୍ଷା ସହ ଧୂଳିଝଡ ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆଦି ଜିଲ୍ଲାରେ ଘଣ୍ଟାପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଥିବା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏନେଇ ସନ୍ଧ୍ୟାରୁ ସୂଚିତ ଜିଲ୍ଲାମାନଙ୍କରେ ଆକାଶ ମେଘାଚ୍ଛନ୍ନ ରହିଥିବା ସହ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ଜଣା ପଡିଛି ।

ପୁରୀରୁ ତପନ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.