ETV Bharat / state

ରାଜଧାନୀରେ ବ୍ଯବସାୟୀଙ୍କୁ ଆକ୍ରମଣ ପରେ ଲୁଟ୍ - businessman

ଭୁବନେଶ୍ବର କ୍ୟାପିଟାଲ ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଆକ୍ରମଣ ପରେ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 11, 2019, 3:01 PM IST

Updated : Jun 11, 2019, 4:57 PM IST

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଦୁର୍ବୃତ୍ତ। କ୍ୟାପିଟାଲ ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଆକ୍ରମଣ ପରେ ୩ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ୟୁନିଟ-୧ ମାର୍କେଟର ଶଶିକାନ୍ତ ପ୍ରଧାନ । ଏନେଇ ସେ କ୍ଯାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୁଚନାନୁସାରେ, ସକାଳ ୧୧ ଟା ସମୟରେ ନିଜର ୟୁନିଟ-୧ ଗୋଦାମ ପାଖରେ ଠିଆ ହୋଇଥିଲେ ଶଶିକାନ୍ତ। ହଠାତ ଜଣେ ଦୁର୍ବୃତ୍ତ ରଡରେ ଶଶିକାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏନେଇ ସେ ଚିତ୍କାର କରିବାରୁ ଶଶିକାନ୍ତ ଧରିଥିବା ୩ ଲକ୍ଷ ଟଙ୍କାର ବ୍ଯାଗ ନେଇ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

gdgd

Conclusion:
Last Updated : Jun 11, 2019, 4:57 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.