ETV Bharat / state

ପ୍ରେମୀଯୁଗଳ ସାବଧାନ ! ଭାଲେଣ୍ଟାଇନ ଡେ'ରେ ଲଗାଯିବ ବିଛୁଆତି - park

ଆଉ 2ଦିନ ପରେ ପ୍ରେମର ଦିବସ ଭାଲେଣ୍ଟାଇନ ଡେ' । ଏହି ଦିନଟିକୁ ନିଜ ପ୍ରିୟର ମଣିଷ ସହ ପାଳିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ଲଭବାର୍ଡସ । ହେଲେ କଳିଙ୍ଗ ସେନାର ନାରୀ ଦଳ ଏହାକୁ ପ୍ରତିରୋଧ କରିବାକୁ ଆରମ୍ଭ କରିଦେଲେଣି ପ୍ରୟାସ ।

ଫଟୋ ସୌଜନ୍ୟ-ସମ୍ବାଦଦାତା ,ଭୁବନେଶ୍ବର
author img

By

Published : Feb 11, 2019, 8:15 PM IST

ଭୁବନେଶ୍ୱର: ଆଉ 2ଦିନ ପରେ ପ୍ରେମର ଦିବସ ଭାଲେଣ୍ଟାଇନ ଡେ' । ଏହି ଦିନଟିକୁ ନିଜ ପ୍ରିୟର ମଣିଷ ସହ ପାଳିବାକୁ ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ଲଭବାର୍ଡସ । ହେଲେ କଳିଙ୍ଗ ସେନାର ନାରୀ ଦଳ ଏହାକୁ ପ୍ରତିରୋଧ କରିବାକୁ ଆରମ୍ଭ କରିଦେଲେଣି ପ୍ରୟାସ । ଏହି ଦିନଟିକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ପ୍ରେମୀ ଯୁଗଳଙ୍କୁ ବିଛୁଆତି ଲଗାଇ ବିରୋଧ କରିବାକୁ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏଥିସହ ଏହି ବିରୋଧ ପକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ବିଭିନ୍ନ କଲେଜର ପ୍ରାୟ ୨ ଶହ ଛାତ୍ରଛାତ୍ରୀ ଏହିଦିନ ରାଜଧାନୀର ୭ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବେ ବୋଲି ଦଳ ଯୋଜନା କରିଛି । ସମସ୍ତ ସାର୍ବଜନୀନ ସ୍ଥାନରେ ପ୍ରେମୀଯୁଗଳଙ୍କୁ ଜୋରଦାର ବିରୋଧ କରିବାକୁ ଅଣ୍ଟା ଭିଡିବସିଛି ଦଳ । ଏପରିକି ଏହି ଦିନ ଯେଉଁ ଯୁବପିଢ଼ି ଅଶ୍ଳୀଳ କାର୍ଯ୍ୟ କରୁଥିବା ନେଇ ନଜର ଆସିବେ, ସେମାନଙ୍କୁ ଉଚିତ ଦଣ୍ଡ ଦେଇ ସାବାଡ କରାଯିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନାର ନାରୀ ସଭାନେତ୍ରୀ ସୁଭଦ୍ରା ମିଶ୍ର ରୋକଠୋକ ଚେତାବନୀ ଦେଇଛନ୍ତି ।

ଏହି ପ୍ରତିରୋଧ କେବଳ ରାଜଧାନୀ ନୁହେଁ, ଭୁବନେଶ୍ୱର ବ୍ୟତୀତ ୨୨ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ପ୍ରେମୀଯୁଗଳଙ୍କୁ ଭାଲେଣ୍ଟାଇନ ଡେ ପାଳନକୁ ବିରୋଧ କରାଯିବ । ଏଥିପାଇଁ ପୋଲିସ ମହାନିର୍ଦ୍ଦେଶକ ଏବଂ ପୋଲିସ କମିଶନରଙ୍କୁ ଉକ୍ତ ସ୍ଥାନ ଗୁଡ଼ିକୁ ବନ୍ଦ ରଖିବାକୁ କଳିଙ୍ଗ ସେନାର କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।

undefined

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ନ୍ୟୁଜ

Intro:Body:

one two three four fice six seven 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.