ETV Bharat / state

ବାଟବଣା ଯୋଜନା, ରାସ୍ତା ନଥିବାରୁ 10 କିଲୋମିଟର ଚାଲିଲେ ରୋଗୀ

ପକ୍କା ସଡକ ନ ଥିବାରୁ ବାଟବଣା ସ୍ବାସ୍ଥ୍ୟସେବା । ବୌଦ୍ଧରେ ଭଲ ରାସ୍ତା ନ ଥିବାରୁ 10 କିଲୋମିଟର ଚାଲିଲେ ରୋଗୀ । ଅଧିକ ପଢନ୍ତୁ.....

The patient walked 10 km because there was no good road
ଭଲ ରାସ୍ତା ନ ଥିବାରୁ 10 କିଲୋମିଟର ଚାଲିଲେ ରୋଗୀ
author img

By

Published : Aug 12, 2020, 7:31 AM IST

ବୌଦ୍ଧ: ପକ୍କା ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଆମ୍ବୁୁଲାନ୍ସ ଯାଇ ପାରି ନଥିବାରୁ ବୌଦ୍ଧର ଗୁନ୍ଦୁଳିଆ ପଞ୍ଚାୟତ ଉଡାମୂଳରୁ ଜଣେ ରୋଗୀକୁ ଚିକିତ୍ସା ପାଇଁ 10 କିଲୋମିଟର ବାଟ ଚାଲିବାକୁ ପଡିଥିଲା । ଏପରିକି ମେଡିକାଲରେ ପହଞ୍ଚିବା ବେଳକୁ ରୋଗୀ ଆହୁରି ଗୁରୁତର ହୋଇପଡିଥିଲେ । ସେହିପରି ବରଗାଁ ପଞ୍ଚାୟତ ଉତୁର୍ଲା ଗାଁକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିଥିଲା । ରୋଗୀକୁ ନ ଆଣି ଫେରି ମଧ୍ୟ ଆସିଥିଲା ।

ଭଲ ରାସ୍ତା ନ ଥିବାରୁ 10 କିଲୋମିଟର ଚାଲିଲେ ରୋଗୀ

ରାସ୍ତା ସମସ୍ୟା ଯୋଗୁଁ ଲୋକମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ,ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ତଳଗାଁ ଓ ବରଗାଁ ପଞ୍ଚାୟତର ଅନେକ ଗାଁ ଏବେବି ଗମନାଗମନ ବ୍ୟବସ୍ଥା ନଥିବାରୁ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ମାଳତୀ ଗୋଛାପଡା, ଶିଗାଡି ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ମଧ୍ୟ ଦେଖି ନାହାନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

road problem
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.