ETV Bharat / state

ଚିକିତ୍ସା ଅବହେଳାରୁ ଆହତ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ଗୁରୁତର ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଜିଲ୍ଲାରେ ଚିକିତ୍ସା ସେବାର ବାରମ୍ବାର ଅଭାବନୀୟ ଘଟଣା ସମ୍ମୁଖକୁ ଆସୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

protest-for-demanding-justice-to-man-who-dies-due-to-medical-negligence
ଚିକିତ୍ସା ଅବହେଳାରୁ ଆହତ ଯୁବକଙ୍କ ମୃତ୍ୟୁ ଅଭିଯୋଗ
author img

By

Published : May 23, 2021, 6:47 PM IST

ବୌଦ୍ଧ: ଚିକିତ୍ସା ଅବହେଳାରୁ ଗୁରୁତର ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଜିଲ୍ଲାରେ ଚିକିତ୍ସା ସେବାର ବାରମ୍ବାର ଅଭାବନୀୟ ଘଟଣା ସମ୍ମୁଖକୁ ଆସୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଚିକିତ୍ସା ଅବହେଳାରୁ ଆହତ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ଆମ୍ବ ତୋଳିବାକୁ ଯାଇ ଗଛରୁ ଖସିପଡି ଗୁରୁତର ଯୁବକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ନ ମିଳିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ବର ପଞ୍ଚାୟତ ବୁରୁବୁଡା ଗ୍ରାମର ରାଜୀବ ରଣା ଆମ୍ବ ତୋଳିବାକୁ ଗଛରେ ଚଢିଥିଲେ । ତେବେ ଓହ୍ଲାଇବା ସମୟରେ ଆମ୍ବ ଗଛରୁ ଖସିପଡି ରାଜୀବଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ପୁରୁଣା କଟକ ଓ ପରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଉପଯୁକ୍ତ ଚିକିତ୍ସା ସେବା ନମିଳିବାରୁ ରାଜୀବଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ତେବେ କୋରୋନା ମହାମାରୀ ସମୟରେ ସଂକ୍ରମଣ ଭୟରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବା ଚର୍ଚ୍ଚା ହେଉଛି । ଗତ କିଛି ଦିନ ହେଲା ବୌଦ୍ଧ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବାର ଅଭାବନୀୟ ଘଟଣା ସମ୍ମୁଖକୁ ଆସୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.