ବୌଦ୍ଧ: ନୂଆଁଖାଇ ପାଇଁ ଉତ୍ସବମୁଖର ବୌଦ୍ଧ। ଇଷ୍ଟ ଦେବୀ ଭୈରବୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ଧାର୍ଯ୍ୟ ଲଗ୍ନରେ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହେଲା ପରେ ବିଭିନ୍ନ ପୀଢ , ଗ୍ରାମଦେବତୀଙ୍କ ଠାରେ ନୂଆଧାନରୁ ପ୍ରସ୍ତୁତ ଭୋଗଲାଗି ହୋଇଛି। ସମସ୍ତେ ଏକତ୍ରିତ ଭାବେ ପ୍ରସାଦ ସେବନ କରିଛନ୍ତି ।
ଆଜି ସକାଳୁ ବୌଦ୍ଧ ରାଜବାଟୀ ନିକଟ ମାଆ ଭୈରବୀଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଥିଲା । ମହାନଦୀରୁ ପବିତ୍ର ଜଳ ଅଣାଯାଇ ଦେବୀଙ୍କୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା ପରେ ନୂଆ ଚାଉଳରୁ ପ୍ରସ୍ତୁତ ଖିରି ଓ କାକରା ଲାଗି ହୋଇଥିଲା। ସମସ୍ତେ ମିଳିମିଶି ନବାନ୍ନ ଖାଇଥିଲେ ।
ଗ୍ରାମାଞ୍ଚଳରେ ମଧ୍ୟ ବିଭିନ୍ନ ପୀଠ ଗୁଡିକରେ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଏକତ୍ରିତ ହୋଇ ସଭିଏଁ ଖାଇଥିଲେ । ନୂଆଧାନ ଓ ନୂଆ ଲୁଗା ସହ କୁରେଇ ପତ୍ରର ବେଶ ଚାହିଦା ଦେଖିବାକୁ ମିଳିଥିଲା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ