ETV Bharat / state

ସମସ୍ୟା ଘେରରେ ଜିଲ୍ଲାର ବିଭିନ୍ନ ସମବାୟ ସମିତି

ଅସୁରକ୍ଷିତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ କାର୍ଯ୍ୟାଳୟ । ଜରିପାଲ ଟଣା ଭଙ୍ଗା ଦଦରା ଘରେ ଚାଲୁଛି ଅଫିସ । ଅଧିକ ପଢନ୍ତୁ

ସମସ୍ୟା ଘେରରେ ଜିଲ୍ଲାର ବିଭିନ୍ନ ସମବାୟ ସମିତି
ସମସ୍ୟା ଘେରରେ ଜିଲ୍ଲାର ବିଭିନ୍ନ ସମବାୟ ସମିତି
author img

By

Published : Nov 17, 2021, 12:04 PM IST

ବୌଦ୍ଧ: ଅସୁରକ୍ଷିତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ କାର୍ଯ୍ୟାଳୟ । ଜିଲ୍ଲାର 42 ଗୋଟି ସମବାୟ କାର୍ଯ୍ୟାଳୟ ମଧ୍ୟରୁ କଣ୍ଟାମାଳ, ଶଗଡା, ସାମ୍ପୋଚର ସମବାୟ କାର୍ଯ୍ୟାଳୟ ଅବସ୍ଥା କହିଲେ ନସରେ । ଜରିପାଲ ଟଣା ଭଙ୍ଗା ଦଦରା ଘରେ ଚାଲୁଛି ଅଫିସ । ଅନେକ ସ୍ଥାନରେ ଆରଏମସିର ଧାନ ଖଳା, ଚାଷୀଙ୍କ ଆଦୌ କାର୍ଯ୍ୟରେ ଲାଗୁନାହିଁ । ବର୍ତ୍ତମାନ ପୁଣିଥରେ ଧାନକ୍ରୟ ଆରମ୍ଭ ହେଉଥିବା ବେଳେ ସିମିଳିପଦର ଭଳି ପ୍ୟାକ୍ସରେ ବ୍ୟାପକ ସମସ୍ୟା ଯୋଗୁଁ ପ୍ରଶାସନ ଏହାକୁ ବନ୍ଦ କରି ଖଟଖଟିଆଠାରେ ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ।

ସମସ୍ୟା ଘେରରେ ଜିଲ୍ଲାର ବିଭିନ୍ନ ସମବାୟ ସମିତି

ସେପଟେ ଚଳିତ ବର୍ଷର ଧାନକ୍ରୟ ଆସନ୍ତା ସାତ ତାରିଖରେ କଣ୍ଟାମାଳ ବ୍ଲକରୁ ଆରମ୍ଭ ହେବ ବୋଲି ଧାନକ୍ରୟ କମିଟିରେ ନିଷ୍ପତ୍ତି ହୋଇଛି । ତେବେ ପୂର୍ବ ବର୍ଷ ଭଳି ଧାନକିଣାରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ ତଥା ଏଫଏକ୍ୟୁ ମାନର ଧାନ ସଂଗ୍ରହ ପାଇଁ ବୌଦ୍ଧ ଜିଲ୍ଲାପାଳ ଉଭୟ ସମବାୟ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.