ETV Bharat / state

ଅବହେଳିତ ଅବସ୍ଥାରେ ଗନ୍ଧରାଡିର ହରିହର ମନ୍ଦିର - ଅବହେଳିତ ଅବସ୍ଥାରେ ଗନ୍ଧରାଡିର ହରିହର ମନ୍ଦିର

ହଜିବାକୁ ବସିଛି ବୌଦ୍ଧ ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ହରିହର ମନ୍ଦିର । ଜିଲ୍ଲା ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ଗୌରବ ଆଣିଥିବା ଐତିହାସିକ ତଥା ବିରଳ ମନ୍ଦିର ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଅବହେଳିତ ଅବସ୍ଥାରେ ଗନ୍ଧରାଡିର ହରିହର ମନ୍ଦିର
ଅବହେଳିତ ଅବସ୍ଥାରେ ଗନ୍ଧରାଡିର ହରିହର ମନ୍ଦିର
author img

By

Published : May 15, 2022, 8:29 PM IST

ବୌଦ୍ଧ: ହଜିବାକୁ ବସିଛି ବୌଦ୍ଧ ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ହରିହର ମନ୍ଦିର । ଜିଲ୍ଲା ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ଗୌରବ ଆଣିଥିବା ଐତିହାସିକ ତଥା ବିରଳ ମନ୍ଦିର ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି ।

ଅବହେଳିତ ଅବସ୍ଥାରେ ଗନ୍ଧରାଡିର ହରିହର ମନ୍ଦିର

ବୌଦ୍ଧ ଜିଲ୍ଲା ଗନ୍ଧରାଡିର ଯମଜ ହରିହର ମନ୍ଦିର କେବଳ ରାଜ୍ୟ କିମ୍ବା ଦେଶରେ ନୁହେଁ ସାରା ପୃଥିବୀରେ ମଧ୍ୟ ବିରଳ ମନ୍ଦିର । ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରେ ଭଞ୍ଜ ରାଜାଙ୍କ ଦ୍ବାରା ନିର୍ମିତ ଏହି ବିରଳ ମନ୍ଦିର ଓଡିଶା ଇତିହାସର ଅନ୍ୟତମ ମୁକ ସାକ୍ଷୀ । ତେବେ ଏହି ପ୍ରାଚୀନ ତଥା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବର୍ତ୍ତମାନ ଅତ୍ୟନ୍ତ ଅବହେଳିତ ହୋଇପଡିଛି । ସନ୍ଧ୍ୟା ହେଲେ ଏଠାରେ ଅନ୍ଧକାର ରାଜୁତି କରୁଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ପ୍ରକାର ଆନୁସଙ୍ଗିକ ସୁବିଧା ନାହିଁ ।

ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଏହି ପୀଠର ବିକାଶ ତଥା ସ୍ଥାନୀୟ କଳା ସଂସ୍କୃତିର ପୁନରୁଦ୍ଧାର ପାଇଁ ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳ ବୁଲି ଦେଖିବା ସହିତ ଏଠାରେ ଗନ୍ଧରାଡି ମହୋତ୍ସବ ପାଇଁ ବିଶେଷ ଆଲୋଚନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.