ETV Bharat / state

ମୁଣ୍ଡାପଡା ସମବାୟ ସଂପାଦକଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ମୁଣ୍ଡାପଡା ସମବାୟ ସଂପାଦକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ନେଇ ରାତିଅଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସ୍ଥାନୀୟ ଅଞ୍ଚଳର ଚାଷୀ ।

ସମବାୟ ସଂପାଦକଙ୍କ ନାରେ ଦୁର୍ନୀତି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଫେରାଦ

author img

By

Published : Dec 11, 2020, 10:48 AM IST

ବୌଦ୍ଧ: ମଣ୍ଡି ଖୋଲିବା ପୂର୍ବରୁ ସମବାୟ ସମିତିର ସଂପାଦକଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ରାତିଅଧରେ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ମୁଣ୍ଡାପଡା ସମବାୟ ସଂପାଦକଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ସୂଚନାମୁତାବକ, ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ମୁଣ୍ଡାପଡା ସମବାୟ ସମିତିର ଧାନକ୍ରୟ ମଣ୍ଡି ଆରମ୍ଭ ହେବ । ତେବେ ତା'ର କିଛି ସମୟ ପୂର୍ବରୁ ଗୁରୁବାର ରାତିରେ ସ୍ଥାନୀୟ ଅଞ୍ଚଳର ଚାଷୀ ଏକତ୍ରିତ ହୋଇ ମୁଣ୍ଡାପଡା ସମବାୟ ସଂପାଦକ ଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଗୁରୁବାର ରାତିରେ ଅଞ୍ଚଳର ଚାଷୀ ଏନେଇ ଅଭିଯୋଗ କରିବା ସହ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।

ସମବାୟ ସଂପାଦକଙ୍କ ନାରେ ଦୁର୍ନୀତି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଫେରାଦ
ସମବାୟ ସଂପାଦକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଲେ ଚାଷୀ

ସମବାୟ ସଂପାଦକ ଧାନକ୍ରୟ ,ସାର ଓ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ମୁଣ୍ଡାପଡା ସମବାୟ କାର୍ଯ୍ୟାଳୟରେ ବାପା ସଂପାଦକ ଥିବା ବେଳେ ପୁଅ ଡାଟା ଏଣ୍ଟ୍ରି ରହି ବ୍ୟାପକ ଦୁର୍ନୀତି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି ।ଅଭିଯୋଗ ସମ୍ପର୍କରେ ଏଆରସିଏସ କିମ୍ବା ସମ୍ପୃକ୍ତ ସଂପାଦକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.