ETV Bharat / state

ବୌଦ୍ଧରେ ବୁଦ୍ଧ ଜୟନ୍ତୀ ପାଳିତ: ସରକାରୀ ଛୁଟି ଘୋଷଣା, ଆମିଷ ବର୍ଜନ - ବୌଦ୍ଧରେ ନିରାଡମ୍ବର ଭାବରେ ବୁଦ୍ଧ ଜୟନ୍ତୀ ପାଳିତ

ବୌଦ୍ଧ ଧର୍ମର ନାମାନୁସାରେ ନାମିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବରେ ବୁଦ୍ଧ ଜୟନ୍ତୀ ପାଳିତ । ଏହି ଅବସରରେ ଲୁମ୍ବିନୀ ପତ୍ରିକା ଲୋକାର୍ପିତ ହୋଇଥିଲା । ଅଧିକ ପଢନ୍ତୁ...

celebrated  budhha-jayanti-in-boudh-district
ବୌଦ୍ଧରେ ନିରାଡମ୍ବର ଭାବରେ ବୁଦ୍ଧ ଜୟନ୍ତୀ ପାଳିତ
author img

By

Published : May 26, 2021, 4:58 PM IST

ବୌଦ୍ଧ: ବୌଦ୍ଧ ଧର୍ମର ନାମାନୁସାରେ ନାମିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବରେ ବୁଦ୍ଧ ଜୟନ୍ତୀ ପାଳିତ । ଏହି ଅବସରରେ ଲୁମ୍ବିନୀ ପତ୍ରିକା ଲୋକାର୍ପିତ ହୋଇଥିଲା ।

କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବରେ ପାଳନ ହେଲା ବୁଦ୍ଧ ଜୟନ୍ତୀ । ବୌଦ୍ଧ ଧର୍ମର ନାମାନୁସାରେ ନାମିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଆଜି(ବୁଧବାର) ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ବୁଦ୍ଧ ଜୟନ୍ତୀ ପାଳନ କରାଯାଇଛି ।

ବୌଦ୍ଧରେ ନିରାଡମ୍ବର ଭାବରେ ବୁଦ୍ଧ ଜୟନ୍ତୀ ପାଳିତ

ବୌଦ୍ଧ ସହରର ବୁଦ୍ଧ ପାର୍କ ଠାରେ ଥିବା ପ୍ରାଚୀନ ବୁଦ୍ଧ ମୂର୍ତ୍ତି ନିକଟରେ ବୌଦ୍ଧ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡି,ବିଡିଓ, ପୌର ଅଧିକାରୀ ପ୍ରମୁଖ ପହଞ୍ଚି ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେହିପରି ରାମେଶ୍ୱର ମନ୍ଦିର, ମହାନଦୀ ବିହାର ପାର୍କ, ଶ୍ୟାମସୁନ୍ଦର ପୁର ଓ ପରଗଳପୁର ଭଳି ସ୍ଥାନ ଗୁଡିକରେ ଥିବା ବୁଦ୍ଧଙ୍କ ପ୍ରତିମାରେ ପ୍ରଶାସନ ପହଞ୍ଚି ପୂଜାର୍ଚ୍ଚନା କରିଥିଲା ।

ଆଜି ମଧ୍ୟ ବୌଦ୍ଧ ଜିଲ୍ଲା ପାଇଁ ସରକାର ସ୍ବତନ୍ତ୍ର ଭାବରେ ଛୁଟି ଘୋଷଣା କରିଥିବାବେଳେ ଜିଲ୍ଲାପାଳ ଜିଲ୍ଲାରେ ଆମିଷ ବର୍ଜନ କରିବାକୁ ଜିଲ୍ଲାବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଉଭୟ କୋରୋନା ମହାମାରୀ ଓ ବାତ୍ୟାରୁ ମୁକ୍ତି ପାଇଁ ଭଗବାନ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ସେହିପରି ଆଜି ଏହି ପୁଣ୍ୟ ତିଥିରେ ସିଦ୍ଧାର୍ଥ ସାହିତ୍ୟ ସଂସଦ ପକ୍ଷରୁ ଲୁମ୍ବିନୀ ପତ୍ରିକାର ଲୋକାର୍ପଣ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.